ଟେଷ୍ଟ ମାନ୍ୟତା: ଦ୍ୱିତୀୟ ସ୍ଥାନରେ ବିରାଟ

.

Copy Editor RRM | Published On: Dec 07, 2017 06:00 PM IST |   169

ଦୁବାଇ: ଶ୍ରୀଲଙ୍କା ବିରୁଦ୍ଧ ତୃତୀୟ ଟେଷ୍ଟ ମ୍ୟାଚରେ କ୍ୟାରିୟରର ୨୪୩ ରନ୍‌ର ଶ୍ରେଷ୍ଠ ଇନିଂସ ଖେଳି ଭାରତୀୟ ଅଧିନାୟକ ବିରାଟ କୋହଲି ୩ଟି ସ୍ଥାନ ଉପରକୁ ଉଠି ଆଇସିସି ଟେଷ୍ଟ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । କୋହଲି ଶ୍ରୀଲଙ୍କା ବିରୁଦ୍ଧ ଟେଷ୍ଟ ସିରିଜ୍‌ରେ ୬୧୦ ରନ୍‌ ସଂଗ୍ରହ କରିଥିଲେ । ଭାରତ ଏହି ଟେଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇଥିଲା । କୋହଲି ଉନ୍ନତ ପ୍ରଦର୍ଶନ ପୂର୍ବକ ଡେଭିଡ ୱାର୍ଣ୍ଣର, ଚେତେଶ୍ୱର ପୂଜାରା ଓ କେନ୍‌ ୱିଲିୟମସନ୍‌ଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କଠାରୁ କୋହଲି ୪୫ ପଏଣ୍ଟ ପଛରେ ରହିଛନ୍ତି । କୋହଲିଙ୍କ ପଏଣ୍ଟ ଏବେ ୮୯୩ ରହିଛି । ସେହିପରି ମୁରଲୀ ବିଜୟ ଉପରକୁ ଉଠି ୨୫ତମ ସ୍ଥାନ ଓ ରୋହିତ ଶର୍ମା ୬ ସ୍ଥାନ ଉପରକୁ ଯାଇ ୪୦ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ପୂଜାରା ଚତୁର୍ଥ ସାନକୁ ଖସି ଆସିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ