ଚୀନ ବାୟୁସୀମାରେ ଭାରତୀୟ ଡ୍ରୋନ!

ଚୀନ ବାୟୁସୀମାରେ ଭାରତୀୟ ଡ୍ରୋନ!

Copy Editor RKD | Published On: Dec 07, 2017 05:55 PM IST |   852

ନୂଆଦିଲ୍ଲୀ : ଭାରତର ଏକ ମାନବବିହୀନ ବିମାନ ବା ଡ୍ରୋନ ଚୀନ ସୀମାରେ ପ୍ରବେଶ କରି ବାୟୁସୀମୀ ଆଇନକୁ ଉଲ୍ଲଙ୍ଘନ କରିଛି ବୋଲି ଚୀନ ଅଭିଯୋଗ କରିଛି । ଚୀନର ଏଭଳି ଅଭିଯୋଗକୁ ଖଣ୍ଡନ କରି ଭାରତ ପକ୍ଷରୁ କୁହାଯାଛି ଯେ ଯାନ୍ତ୍ରିକ ଓ ବୈଷୟିକ ତ୍ରୁଟି ଯୋଗୁ ଏହି ଡ୍ରୋନ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଇଥିଲା । ଡ୍ରୋନ ସହ କୌଣସି ଯୋଗାଯୋଗ ସମ୍ଭବପର ହୋଇନଥିଲା ଓ ଏହା ସିକିମ ସେକ୍ଟର ନିୟନ୍ତ୍ରଣ ରେଖା ପାର କରିଯାଇଥିଲା । ଏନେଇ ସଙ୍ଗେ ସଙ୍ଗେ ସୀମା ସେପଟରେ ଥିବା ଚୀନ ସେନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଚୀନ ସେନା ଅଧିକାରୀଙ୍କୁ ଡ୍ରୋନର ସବିଶେଷ ତଥ୍ୟ ବି ପ୍ରଦାନ କରାଯାଇଥିଲା । ଏହି ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି । ତେଣୁ ପ୍ରୋଟକଲ ଅନୁଯାୟୀ ଏହି ଘଟଣାର ବିଚାର କରାଯିବା ଆବଶ୍ୟକ ବୋଲି ଭାରତ ପକ୍ଷରୁ କୁହାଯାଇଛି । ସେପଟେ ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟୁଜ ଏଜେନ୍ସି ଜିନହୁଆ ଭାରତ ଡ୍ରୋନ ସୀମା ଅତିକ୍ରମ କରି ବାୟୁସୀମା ଆଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଥିଲା । ଚୀନର ପିଏଲଏ ଏନେଇ ଚିନ୍ତା ପ୍ରକଟ କରିବା ସହ ଭାରତର ଏପରି କାର୍ଯ୍ୟ ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଥିବା ଉଲ୍ଲେଖ କରାଯାଇଥିଲା । ଏହି ଖବରକୁ ଭାରତ ଖଣ୍ଡନ କରିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ