ପ୍ରଶ୍ନ ପାଇଁ ଅର୍ଥ ଦୁର୍ନୀତି : ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଜାନୁଆରୀ ୧୨ରୁ ଶୁଣାଣି

ପ୍ରଶ୍ନ ପାଇଁ ଅର୍ଥ ଦୁର୍ନୀତି : ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଜାନୁଆରୀ ୧୨ରୁ ଶୁଣାଣି

Copy Editor RKD | Published On: Dec 07, 2017 05:31 PM IST |   103

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୨୦୦୫ ‘ପ୍ରଶ୍ନ ପାଇଁ ଅର୍ଥ’ ଦୁର୍ନୀତିରେ ୧୧ ଜଣ ପୂର୍ବତନ ସାଂସଦଙ୍କ ବିରୋରଧରେ ପ୍ରସ୍ତୁତ ଦୁର୍ନୀତି ଓ ଅପରାଧୀକ ଷଡ଼ଯନ୍ତ୍ର ମାମଲାକୁ ବିଚାର ନିମନ୍ତେ ଦିଲ୍ଲୀର ଏକ କୋର୍ଟ ଗ୍ରହଣ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି କିରଣ ବନସାଲ ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରୁ ଏହି ମାମଲାର ଶୁଣାଣି କରିବେ । ଏହି ପୂର୍ବତନ ସାଂସଦଙ୍କ ମଧ୍ୟରେ ୱାଇଜି ମହାଜନ(ବିଜେପି), ଛତ୍ରପାଳ ସିଂ(ବିଜେପି), ରାମସେବକ ସିଂ(କଂଗ୍ରେସ), ନରେନ୍ଦ୍ର କୁମାର ଖୁଶୱାହା(ବିଏସ୍‌ପି), ପ୍ରଦୀପ ଗାନ୍ଧି(ବିଜେପି), ସୁରେଶ ଚାନେ୍ଦଲ(ବିଜେପି), ଲାଲ ଚନ୍ଦ୍ର କୋଲ(ବିଏସ୍‌ପି) ଏବଂ ରାଜା ରାମପାଳ(ବିଏସ୍‌ପି) ଅଛନ୍ତି । ଏମାନଙ୍କ ସହ ରାମପାଳଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ରବୀନ୍ଦ୍ର କୁମାରଙ୍କ ବିରୋଧରେ ବି ବିଚାର ଚାଲିବ ବୋଲି ଜାଣିବାକୁ ମିଳିଛି ।ଏହି ସାଂସଦଙ୍କ ବିରୋଧରେ ଦୁଇ ଜଣ ସାମ୍ବାଦିକ ଏକ ଷ୍ଟିଙ୍ଗ ଅପରେସନ କରିଥିଲେ । ଏହି ଷ୍ଟିଙ୍ଗ ଅପରେସନର ଦୃଶ୍ୟ ୨୦୦୫ ଡିସେମ୍ବର ୧୨ ତାରିଖରେ ଟିଭିରେ ପ୍ରସାରିତ ହୋଇଥିଲା । ପରେ ଏହା ‘ପ୍ରଶ୍ନ ପାଇଁ ଅର୍ଥ’ ନାମରେ ଜଣାଯାଇଥିଲା । ଏହାକୁ ନେଇ ଲୋକସଭାର ୧୦ ଜଣ ସାଂସଦ ଓ ରାଜ୍ୟସଭାରୁ ଜଣେ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ