୩୧ ମାର୍ଚ୍ଚକୁ ବଢ଼ିପାରେ ଆଧାର ସଂଯୋଗ ଅବଧି

.

Copy Editor RRM | Published On: Dec 07, 2017 05:21 PM IST |   183

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର । ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେବା ଉଦେ୍ଦଶ୍ୟରେ ଆସନ୍ତା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଆଧାର କାର୍ଡ ନମ୍ବର ସଂଯୋଗ ଅବଧି ବୃଦ୍ଧି କରାଯାଇପାରେ । ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି । ତେବେ ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନେ ବର୍ଦ୍ଧିତ ସମୟ ସୀମାର ସୁବିଧା ପାଇବେ । ଏଯାବତ୍‌ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ଲାଭ ଉଠାଇବା ପାଇଁ ୩୧ ଡିସେମ୍ବର ୨୦୧୭ ସୁଦ୍ଧା ଆଧାର ସଂଯୋଗ ଜରୁରୀ ଥିଲା । ତେବେ ଗୁରୁବାର ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଏକ ଅଭିଯୋଗ ନେଇ ଶୁଣାଣି ସମୟରେ ଆଧାର ସଂଯୋଗ ଅବଧି ବଢ଼ାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷରେ ମୋବାଇଲ ନମ୍ବର ସହ ଆଧାର ସଂଯୋଗର ଅନ୍ତିମ ଦିନ ଫେବୃୟାରୀ ୬ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ୟାନ କାର୍ଡ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୭ ରହିଛି । ପୂର୍ବରୁ ଏହା ୩୧ ଅଗଷ୍ଟ ରହିଥିଲା । ପ୍ୟାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ନ ହେଲେ ଆୟକର ଦେବାର ଲୋକଙ୍କୁ ଅସୁବିଧା ହୋଇପାରେ । ସେହିପରି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ଶେଷ ତାରିଖ ମଧ୍ୟ ୩୧ ଡିସେମ୍ବର ୨୦୧୭ ରହିଛି । ତେଣୁ ଏହି ସମୟ ମଧ୍ୟରେ ଆଧାର ସଂଯୋଗ ନ ହେଲେ ଆକାଉଣ୍ଟ ଅଚଳ ହୋଇପାରେ । ଏଥିସହ ମ୍ୟୁଚୁଆଲ ଫଣ୍ଡ, ଇନସୁ୍ୟରାନ୍ସ ପଲିସି ପୋଷ୍ଟ ଅଫିସ୍‌ ଯୋଜନା ସହ ଆଧାର ଲିଙ୍କ ସଂଯୋଗ ଶେଷ ତାରିଖ ୩୧ ଡିସେମ୍ବର ୨୦୧୭ ରହିଛି । ଏଲପିଜି, ପେନସନ ସହ ଆଧାର ସଂଯୋଗ ଅବଧି ୩୧ ମାର୍ଚ୍ଚ ୨୦୧୮ ରହିଛି । ଅପରପକ୍ଷରେ ସମସ୍ତ ଯୋଜନା ସହ ଆଧାର ସଂଯୋଗ ସମ୍ପର୍କିତ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ