କୋବି ଖାଇ ଗୋଟିଏ ପରିବାରର ୩ ମୃତ

.

Published On: Dec 07, 2017 04:51 PM IST | Updated On: Dec 07, 2017 07:00 PM IST |   1334

 ବ୍ରହ୍ମପୁର: ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଗୋଟିଏ ପରିବାରରୁ ଅକାଳରେ ୩ଟି ଜୀବନ ଚାଲିଯାଇଛି । ଏହି ଅଭାବନୀୟ ଘଟଣାଟି ବ୍ରହ୍ମପୁର ରମ୍ଭା ପାନ୍ଥ ନିବାସ ସାହିରେ ଘଟିଯାଇଛି । ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଆଜି ତାଙ୍କ ଘରେ ଫୋରେନ୍ସିକ୍ ଟିମ୍ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିବା ସହିତ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି ।


ସୂଚନାଯୋଗ୍ୟ, ଗତକାଲି ରାତିରେ ରୁଟି ଓ ଫୁଲ କୋବି ତରକାରୀ ଖାଇ ପରିବାରର ୩ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ସତ୍ତ୍ୱେ ଝିଅ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ମା'ଙ୍କୁ ଭୁବନେଶ୍ୱରର ସମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲେ । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରମ୍ଭାର ବାନାମ୍ବର ପ୍ରଧାନଙ୍କ ସ୍ତ୍ରୀ କାମିନୀ ପ୍ରଧାନ, ଝିଅ କମଳିନୀ ପ୍ରଧାନ ଓ ପୁଅ ସୌମ୍ୟ ପ୍ରଧାନ ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ