ମୋଦି ତଳଶ୍ରେଣୀର ଓ ଅସଭ୍ୟ : ମଣିଶଙ୍କର

ମୋଦି ତଳଶ୍ରେଣୀର ଓ ଅସଭ୍ୟ : ମଣିଶଙ୍କର

Copy Editor RKD | Published On: Dec 07, 2017 04:31 PM IST |   269

ନୂଆଦିଲ୍ଲୀ : କଂଗ୍ରେସ ପାରିବାରିକ ରାଜନୀତିକୁ ପ୍ରଶୟ ଦେଇ ଦେଶ ପାଁଇ ଆମ୍ବେଦକରଙ୍କ ଯୋଗଦାନକୁ ଚାପି ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ଘୋର ନିନ୍ଦା କରିବା ସହ କଟୁ ମନ୍ତବ୍ୟ ଦେଇଛନ୍ତି । ସେ ଏଥିପାଇଁ ମୋଦିଙ୍କୁ ତଳଶ୍ରେଣୀର ଲୋକ ଓ ଅସଭ୍ୟ ବୋଲି କହିଛନ୍ତି । ସେ ଏହା ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନ ସମୟରେ ମୋଦିଙ୍କୁ ଚା’ ବିକାଳି ବୋଲି କହିଥିଲେ । ପ୍ରକାଶ ଯେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବାବା ସାହେବ ଆମ୍ବେଦକର କେନ୍ଦ୍ରର ଉଦ୍‌ଘାଟନ କରିଥିଲ । ଏହି ଅବସରରେ ମୋଦି କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ । କଂଗ୍ରେସ ଗୋଟିଏ ପରିବାରକୁ ଗୁରୁତ୍ୱ ଦେଇ ବାବା ସାହେବଙ୍କ ଯୋଗଦାନକୁ ଚାପି ଦେଇଥିଲା ବୋଲି ମୋଦି ମନ୍ତବ୍ୟ ଦେଇଥିଲେ । ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ମଣିଶଙ୍କର ଆୟାର କହିଥିଲେ ଯେ ମୋଦି ଜଣେ ତଳଶ୍ରେଣୀର ମଣିଷ, ତାଙ୍କୁ ସଭ୍ୟତା ଜଣାନାହିଁ । ଏପରି ଉଦ୍‌ଘାଟନୀ ଉତ୍ସବରେ ରାଜନୀତି କରିବାର କ’ଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ