ହାର୍ଦ୍ଦିକଙ୍କୁ ଝଟକା; ବିଜେପିକୁ ନରେଶ ପଟେଲଙ୍କ ସମର୍ଥନ!

ହାର୍ଦ୍ଦିକଙ୍କୁ ଝଟକା; ବିଜେପିକୁ ନରେଶ ପଟେଲଙ୍କ ସମର୍ଥନ!

Copy Editor RKD | Published On: Dec 07, 2017 04:11 PM IST |   472

ଅହମ୍ମଦାବାଦ : ଗୁଜୁରାଟ ବିଧାନସଭା ନିର୍ବାଚନରେ କୋଟା ସଂରକ୍ଷଣ ରାଜନୀତିକୁ ନେଇ ଚର୍ଚ୍ଚାକୁ ଆସିଥିବା ପାଟିଦାର ସମ୍ପ୍ରଦାୟର ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଜେପି ଶାସନକୁ ବିରୋଧ କରି ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବାକୁ ପାଟିଦାର ନେତା ହାର୍ଦ୍ଦିକ ପଟେଲ ନିବେଦନ କରୁଥିବାବେଳେ ଏବେ ପାଟିଦାରର କିଛି ନେତା ବିଜେପିକୁ ସମର୍ଥନ ଦେବାକୁ ସହମ୍ମତି ପ୍ରଦାନ କରିଛନ୍ତି । ଫଳରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ହାର୍ଦ୍ଦିକ ପଟେଲଙ୍କୁ ଶକ୍ତ ଧକ୍କା ଲାଗିଛି । ଗୁରୁବାର ବିଜେପିର କେତେକ ବରିଷ୍ଠ ନେତା ପାଟିଦାରର କେତେକ ନେତାଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା କାଳରେ ବିଜେପି ନେତାମାନେ ପାଟିଦାର ସମ୍ପ୍ରଦାୟର ସମର୍ଥନ ମାଗିଥିଲେ । ପାଟିଦାର ନେତା ତଥା ଖୋଦଲାଧାମ ମନ୍ଦିର ଟ୍ରଷ୍ଟ ସଭାପତି ନରେଶ ପଟେଲ ନିଜ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପିକୁ ଭୋଟ ଦେବାକୁ ନରେଶ ପଟେଲ ପାଟିଦାର ସମ୍ପ୍ରଦାୟକୁ ନିବେଦନ କରିବେ ବୋଲି ବିଜେପିର କେତେକ ନେତା ଦାବି କରିଛନ୍ତି । ପ୍ରକାଶ ଯେ କିଛି ଦିନ ତଳେ ହାର୍ଦ୍ଦିକ ପଟେଲ ପାଟଦାର ନେତା ନରେଶ ଭାଇଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଆଲୋଚନା ପରେ ନରେଶ ଭାଇ ସଚ୍ଚୋଟତା ଓ ସାଧୁତାର ସହ ଲଢେଇ କରିବାକୁ ପରାମର୍ଶ ଦେଇଥିଲେ ବୋଲି ହାର୍ଦ୍ଦିକ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ନରେଶ ପଟେଲ ହେଉଛନ୍ତି ଲେୱା ପାଟିଦାର ସମ୍ପ୍ରଦାୟର ନେତା । ପାଟିଦାର ସମ୍ପ୍ରଦାୟର ତାଙ୍କର ଅନେକ ପ୍ରଭାବ ରହିଛି । ଗୁଜୁରାଟରେ ପାଟିଦାର ଭୋଟରଙ୍କ ମଧ୍ୟରୁ ୬୦% ଲେୱା ପଟେଲ ଓ ୪୦% କଡ଼ୱା ପଟେଲ ସମ୍ପ୍ରଦାୟର ଅଛନ୍ତି । ଆଉ ମାତ୍ର ଗୋଟିଏ ଦିନ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ପାଟିଦାର ସମ୍ପ୍ରଦାୟରେ ଫାଟ ବିଜେପିକୁ ସହାୟକ ହେବ ବୋଲି ଆଶା କରାଯାଉଛି । ଗୁଜୁରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୯ରେ ଅନୁଷ୍ଠିତ ହେବ । ଗୁଜୁରାଟର ୧୯ ଜିଲାର ୮୯ ଆସନରେ ପ୍ରାର୍ଥୀମାନେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ଏଥିପାଇଁ ଆଜିଠାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ । ଏହାପରେ ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୪ ଜିଲାର ୯୩ ଆସନ ଭୋଇଁ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଡିସେମ୍ବର ୧୮ରେ ନିର୍ବାଚନର ଫଳ ଜଣାପଡିବ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ