ଲଭ ଜିହାଦ!, ଶ୍ରମିକଙ୍କୁ ହତ୍ୟା ପରେ ଜାଳିଦେଲେ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Copy Editor RRM | Published On: Dec 07, 2017 03:32 PM IST | Updated On: Dec 07, 2017 03:45 PM IST |   272

ଉଦୟପୁର: ‘ଲଭ ଜିହାଦ’କୁ ନେଇ ରାଜସ୍ଥାନର ରାଜସମନ୍ଦରେ ଜଣେ ଶ୍ରମିକଙ୍କୁ ହତ୍ୟା ପରେ ଜାଳି ଦିଆଯାଇଛି। ଏଥିସହ ହତ୍ୟାକାଣ୍ଡ ଓ ମୃତଦେହ ପୋଡ଼ାଯିବାର ଭିଡିଓ କରାଯାଇ ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା ବେଳେ ଲଭ୍‌ ଜିହାଦ ବନ୍ଦ ନ ହେଲେ ଏହିପରି ଘଟଣା ଘଟିବ ବୋଲି ଜଣେ ବ୍ୟକ୍ତି ଚେତାବନୀ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲିସ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମୃତକ ଜଣକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଆଫ୍ରାଜୁଲ ଓ ଭିଡିଓରେ ଥିବା ବ୍ୟକ୍ତିଜଣକ ଶମ୍ଭୁଲାଲ ବୋଲି ତଦନ୍ତକାରୀ ପୁଲିସ ଚିହ୍ନଟ କରିଛି। ଏଥିସହ ପୁଲିସ ଅଭିଯୁକ୍ତ ଶମ୍ଭୁଲାଲଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ରାଜସମନ୍ଦ ଠାରେଥିବା ଏକ ହୋଟେଲ ନିକଟରେ ପୁଲିସ ଗତକାଲି ଜଣେ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ଏହି ଘଟଣା ପରେ ଉକ୍ତ ଭିଡିଓ ଅଞ୍ଚଳରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଳୁଥିବା ମୃତଦେହ ପାଖରେ ଶମ୍ଭୁଲାଲ ଲଭ୍‌ ଜିହାଦ ବିରୋଧରେ ଧମକପୂର୍ଣ୍ଣ ଚେତାବନୀ ଦେଉଥିଲେ। ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିବା ବେଳେ ରାଜସ୍ଥାନ ସରକାରଙ୍କ ଗୃହମନ୍ତ୍ରୀ ଗୁଲାବ ଚାନ୍ଦ କଟରିଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ