ଜାଣନ୍ତୁ, ମାଧୁରୀଙ୍କ ସୌନ୍ଦର୍ୟ୍ୟ ମନ୍ତ୍ର

.

Published On: Dec 07, 2017 03:24 PM IST |   1501


ବଲିଉଡର ଧକଧକ ଗାର୍ଲ ଭାବେ ଜଣାଯାଉଥିବା ମାଧୁରୀ ଦୀକ୍ଷିତ ୫୦ରେ ପାଦ ଦେଲେଣି, ହେଲେ ଏ ବୟସରେ ମଧ୍ୟ ସେ ଷୋଡ଼ଶୀ ପରି ଦେଖାଯାଉଛନ୍ତି। ହସରେ ମନ ଜିଣି ନେଉଥିବା ମାଧୁରୀଙ୍କ କେଶ ସଜ୍ଜା ଆଜିର ସମୟରେ ମଧ୍ୟ ଯୁବତୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। କର୍ମଜୀବୀ ଯୁବତୀମାନେ ମାଧୁରୀଙ୍କ ହେୟାରକଟ୍ ପସନ୍ଦ କରୁଥିବାର ଅଧିକାଂଶ ବ୍ୟୁଟିସିଆନ୍ ମତ ଦେଇଛନ୍ତି। ଏକ ସାକ୍ଷାତକାରରେ ମାଧୁରୀ ନିଜ ସୌନ୍ଦର୍ୟ୍ୟ ଚର୍ଚ୍ଚା ବାବଦରେ କହିଥିଲେ, ଏହା ସତ କଥା ଯେ ନିଜ ସୌନ୍ଦର୍ୟ୍ୟ ବାବଦରେ ସେ ବେଶ୍ ସଚେତନ। କ’ଣ ଖାଇବେ, କ’ଣ ତ୍ବଚାରେ ଲଗାଇବେ, ଏନେଇ ମାଧୁରୀ ଖୁବ୍ ଯତ୍ନବାନ୍। ତାଙ୍କ ମତରେ, ମାନସିକ ଚାପଠାରୁ ଦୂରେଇ ରୁହନ୍ତୁ, ତ୍ବଚାର ସୁନ୍ଦରତା ଆପେଆପେ ଦେଖାଯିବ। ଏବର ମହିଳାମାନେ ଅତ୍ୟଧିକ ଟେନସରେ ରହୁଥିବା କାରଣରୁ ସେମାନଙ୍କ ତ୍ବଚା ମଳିନ ପଡ଼ିବା ସହ କେଶ ଝଡ଼ା ମଧ୍ୟ ହେଉଛି। ଅଲିଭ ତେଲ, ମାୟୋନିଜ୍, ଓ ଅନ୍ୟାନ୍ୟ ଫଳରୁ ପ୍ରସ୍ତୁତ ଫେସପ୍ୟାକ୍ ମାଧୁରୀ ଦିନକୁ ୨ଥର ଲଗାଇଥାନ୍ତି। କଞ୍ଚା ଖିରରେ ସକାଳୁ-ସନ୍ଧ୍ୟା ଭିତରେ ୩ ରୁ ୪ ଥର ତ୍ବଚାକୁ ପୋଛିନିଅନ୍ତି। ଏହା ସହ କେରଳରୁ ପ୍ରସ୍ତୁତ ହୋଇଆସୁଥିବା ଏକ ନାଇଟ୍ କ୍ରିମ୍ ସେ ନିୟମିତ ତ୍ବଚାରେ ଲଗାନ୍ତି। ଏହି କ୍ରିମ୍ ୨୫୦ ଗ୍ରାମକୁ ୪୧ହଜାର ଟଙ୍କା ବୋଲି ଜଣାପଡ଼ିଛି। ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ମଧ୍ୟ ଏହି କେରଳ କ୍ରିମ୍ ଲଗାଇଥାନ୍ତି ବୋଲି ପ୍ରକାଶ। ମାଧୁରୀ ଦୀକ୍ଷିତ ନିୟମିତ ଭାବେ ପେସ୍ତାବାଦାମ ଓ କାଜୁ ଖାଇଥାନ୍ତି। କେବେ କେମିତି କେଶଝଡ଼ା ହେଲେ କିମ୍ବା ତ୍ବଚାରେ କୌଣସି ପରିବର୍ତ୍ତନ ହେଲେ, ମାଧୁରୀ ତୁରନ୍ତ ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇଥାନ୍ତି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ