ମୋହନାରେ ବ୍ଳକ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

.

Published On: Dec 07, 2017 03:17 PM IST | Updated On: Dec 07, 2017 04:20 PM IST |   65

 

ମୋହନା: ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ବ୍ଳକ ସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି  । କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଉସôବରେ ଅଡବା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ  । ମୁଖ୍ୟ ବକ୍ତାଭାବେ ବ୍ଳକ ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ର୍ମୁମୁ ବୈଜ୍ଞାନିକ ପଦ୍ଧତିରେ ଧାନ, ମକା ଚାଷ, ମୃତିକା ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ମାଟି ପରୀକ୍ଷା, ନୂତନ ବନୀକରଣ, ବିହ. ବିଶୋଧନ, ତଳିଘରା ପ୍ରସ୍ତୁତି, ଧାନ ଫସଲରେ ଧାତୁ ସାର ପ୍ରୟୋଗ, ରୋଗ ପୋକ ଓ ଯାନ୍ତ୍ରୀକ ନିୟନ୍ତ୍ରଣ ସମ୍ବନ୍ଧରେ ଉପସ୍ଥିତ ଥିବା ସରପଂଚ ଶେଖର ମଳିକ, ଲକ୍ଷ୍ମୀ ଶବର, ସବିତା ମଳିକ, ସମିତି ସଭ୍ୟ ଯୁନେଶ ଶବର, ୱାର୍ଡ ସଭ୍ୟ ସୁର୍ଯ୍ୟ ପାଳ, କୃଷକ ଲରେନ୍ସ ନାୟକ, ମଙ୍ଗାରାଜ ମଳିକ, କୃଷକ ସାଥୀ କୁମୁଦ ରଞ୍ଜନ ପାତ୍ର,ଦିଲିପ କୁମାର ପାତ୍ର, ସୁନିଲ ଗମାଙ୍ଗ, ରାଜ କିଶୋର ପାଟ୍ଟମାଝୀ, ରମେଶ କନ୍ଧ, କାମ୍ବୀ ମଳିକ, ଜିରିମୟ ରାଇକା, କିଲିୟ ପାସ ଶବରଙ୍କ ସମେତ ବ୍ଳକର ବିଭିନ୍ନ ପଂଚାୟତରୁ ଆସିଥିବା କୃଷକ ମାନଙ୍କୁ କୃଷି ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମକୁ କୃଷିବିଜ୍ଞାନ ଅଧିଦର୍ଶକ ସୁଦର୍ଶନ ସାହୁ ପରିଚାଳନା କରିଥିଲେ  ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ