୭୦ ବର୍ଷୀୟା ଜାପାନୀ ମହିଳାଙ୍କ ଭାରତୀୟ ନୃତ୍ୟ ଶିକ୍ଷା

.

Published On: Dec 07, 2017 02:46 PM IST |   97

 

ବୟସ ଏକ ସଂଖ୍ୟା, ବୟସ ସମ୍ପର୍କରେ ଗଭୀରତାର ସହ ଚିନ୍ତା କଲେ ଅତିକ୍ରାନ୍ତ ବୟସ ମାନସିକ ଚାପ ବଢ଼ାଇଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ହେଲେ ଏହି ଉକ୍ତିକୁ ମିଥ୍ୟା ପ୍ରମାଣିତ କରିଛନ୍ତି ୭୦ ବର୍ଷୀୟା ଜାପାନୀ ମହିଳା ହିସାୟୋ ଟାଟେଓ ୱାଟାନାବେ। ୨୦ ବର୍ଷ ପୂର୍ବେ ହିସାୟୋ ଟୋକିଓରେ ଜଣେ ଲାଇବ୍ରେରିଆନ୍ ଭାବବେ କାମ କରୁଥିଲେ। ନିଜ କାମକୁ ସୁଚାରୁ ରୂପେ ସମ୍ପାଦନ କରୁଥିବା ଏହି ଜାପାନୀ ମହିଳାଙ୍କର ଭାରତୀୟ ନୃତ୍ୟ ଓ ଗୀତ ପ୍ରତି ବିଶେଷ ଦୁର୍ବଳତା ଥିଲା। ତେଣୁ ଟୋକିଓ କିମ୍ବା ଏହା ପାଖ ଅଞ୍ଚଳରେ ଭାରତୀୟ କଳା ପ୍ରଦର୍ଶନ ହେବା ମାତ୍ରେ ହିସାୟୋ ହାଜର ହୋଇଯାଉଥିଲେ। ଏହିଭଳି ଦିନେ ନିକଟସ୍ଥ ପ୍ରଦର୍ଶନୀକୁ ଯାଇଥିବାବେଳେ ଦୀପ୍ତି ଓମଚେରୀ ଭଲ୍ଲାଙ୍କ ମୋହିନୀୟତ୍ତମ୍ ନୃତ୍ୟରେ ବିମୋହିତ ହୋଇଯାଇଥିଲେ ଏହି ଜାପାନୀ ମହିଳା। ସେହିଦିନ ସେ ସ୍ଥିର କଲେ, କାମରୁ ଅବସର ନେବା ପରେ ଭାରତ ଆସି ଏହି ନୃତ୍ୟଶିଳ୍ପୀଙ୍କ ନିକଟରୁ ଶିକ୍ଷା ଗ୍ରହଣ କରିବେ। ୬ ବର୍ଷ ପରେ ଦିଲ୍ଲୀ ନିବାସୀ ଦୀପ୍ତିଙ୍କ ନିକଟକୁ ଆସିଲେ ହିସାୟୋ। ୧୯୯୯ରେ ତାଙ୍କର ନୃତ୍ୟ ଶିକ୍ଷା କାର୍ୟ୍ୟ ଆରମ୍ଭ ହେଲା।  ହିସାୟୋଙ୍କ ନୃତ୍ୟ ପ୍ରତି ଏଭଳି ଆଗ୍ରହ ଦେଖି ଦୀପ୍ତି ଖୁବ୍ ଖୁସି ହୋଇଥିଲେ। ଭାରତ ଆସିବା ସମୟରେ ହିସାୟୋ ଇଂରାଜୀ କହିବାରେ ସେଭଳି ଦକ୍ଷ ନଥିଲେ। ହେଲେ  ନୃତ୍ୟ ଗୁରୁ ଦୀପ୍ତିଙ୍କ ସହ ସେ ସାଙ୍କେତିକ ଭାଷାରେ ହିଁ ଅଧିକାଂଶ ସମୟ କଥା ହେଉଥିଲେ। ବୟସରେ ହିସାୟୋ , ଦୀପ୍ତିଙ୍କ ଠାରୁ ବଡ଼ ଥିଲେ। ହେଲେ ଗୁରୁ-ଶିଷ୍ୟ ପରମ୍ପରାରେ ଦୀପ୍ତି ଜଣେ କଡ଼ା ପ୍ରଶିକ୍ଷକ ଥିଲେ। ଏକ ସାକ୍ଷାତକାରରେ ହିସାୟୋ କହିଛନ୍ତି, ନୃତ୍ୟ ଅଭ୍ୟାସ କଲାବେଳେ ଭୁଲ୍ କଲେ ଦୀପ୍ତି ତାଙ୍କ ଉପରକୁ ବାଡ଼ି ଫିଙ୍ଗୁଥିଲେ। ତେବେ ପରବର୍ତ୍ତୀ ସମୟରେ ମା’ଠାରୁ ବଳି ଅଧିକ ସ୍ନେହ ମଧ୍ୟ କରୁଥିଲେ। ଭାରତର ଏହି ପରମ୍ପରାକୁ ସେ ନତମସ୍ତକ ହୋଇ ଶ୍ରଦ୍ଧା ଜ୍ଞାପନ କରିଛନ୍ତି। ସୁଦୂର ଜାପାନରୁ ଆସି ନୃତ୍ୟରେ ପ୍ରବୀଣା ହେବା ପରେ ନିକଟରେ କୋଚିଠାରେ ଏକ ଲାଇଭ୍ କାର୍ୟ୍ୟକ୍ରମରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୭୦ ବର୍ଷୀୟା ହିସାୟୋ।   

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ