ଜାଣନ୍ତୁ, ଘରେ କିପରି ସଫା କରିବେ ମେକଅପ୍ ବ୍ରଶ୍

.

Published On: Dec 07, 2017 02:18 PM IST |   457


ଆଜିର ସମୟରେ ଉଭୟ ଗୃହିଣୀ ଓ କର୍ମଜୀବୀ ମହିଳା, ସମସ୍ତେ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି। ବଜାର ଗଲେ କିମ୍ବା କୌଣସି ଉତ୍ସବକୁ ଗଲେ, ଆବଶ୍ୟକତା ଅନୁସାରେ ସମସ୍ତେ ମେକଅପ୍ ନେଉଥିବାର ଦେଖାଯାଉଛି। ମେକଅପ୍ ନେଲେ, ସମସ୍ତଙ୍କ ନିକଟରେ ମେକଅପ୍ ବ୍ରଶ୍ ରହିବା ସାଧାରଣ କଥା। ତେବେ ନିୟମିତ ବ୍ୟବହାରରେ ଏଥିରେ ମେକଅପ୍ ଓ ତ୍ବଚାର ଧୂଳିମଳି ମଧ୍ୟ ଲାଗିଥାଏ। ଏଣୁ ଏହି କାରଣରୁ ତ୍ବଚାରେ ସଙ୍କ୍ରମଣ ହେବା ପୂର୍ବରୁ ମେକଅପ୍ ବ୍ରଶକୁ ଭଲଭାବେ ପରିଷ୍କାର କରାଇନେବା ଆବଶ୍ୟକ। ନିମ୍ନ ପ୍ରକାରେ ସହଜରେ ଘରେ ହିଁ ମେକଅପ୍ ବ୍ରଶ୍ ସଫା କରିପାରିବେ।

- ପ୍ରଥମେ ଏକ ପାତ୍ରରେ ନଖଉଷୁମ ପାଣିନେଇ ସେଥିରେ ମେକଅପ୍ ବ୍ରଶକୁ ବୁଡ଼ାଇ ୫ ରୁ ୭ ମିନିଟ୍ ରଖନ୍ତୁ।


- ବେବି ଶ୍ୟାମ୍ପୁ କିମ୍ବା ହେୟାର ଶ୍ୟାମ୍ପୁରୁ ୨-୩ବୁନ୍ଦା ସେହି ପାତ୍ରରେ ପକାଇ ଭଲଭାବରେ ମିଶାଇନେବେ।


- ଏବେ ବ୍ରଶଗୁଡ଼ିକୁ ଭଲଭାବେ ସଫା କରିବାକୁ ଚେଷ୍ଟା କରନ୍ତୁ।କିଛି ସମୟ ପରେ ବ୍ରଶକୁ ସଫା କପଡ଼ା ଉପରେ ରଖି ଫ୍ୟାନ୍ ଚଲାଇ କୌଣସି ଏକ ସ୍ଥାନରେ ଶୁଖାଇନେବେ।


- ମାସକୁ ଥରେ ଏହିଭଳି ଭାବେ ମେକଅପ୍ ବ୍ରଶ୍ ସଫା କରିନେବା ଭଲ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ