ଆଗ୍ନେୟଗିରି ପ୍ରଭାବରେ ମନ୍ଦିର ଓ ଜଙ୍ଗଲ ନେଲା ଭିନ୍ନ ରୂପ

.

Published On: Dec 07, 2017 01:54 PM IST |   569

 

ଇଣ୍ଡୋନେସିଆର ବାଲି ଦ୍ବୀପ ପୂରା ବିଶ୍ବରେ ଚର୍ଚ୍ଚିତ। ପ୍ରତ୍ୟେକ ବର୍ଷ ସଂଖ୍ୟାଧିକ ପର୍ୟ୍ୟଟକ ଆସୁଥିବା ଏହି ଅଞ୍ଚଳକୁ ଏବେ ଉଭୟ ପର୍ୟ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯା’ଆସ ନିମନ୍ତେ ସେଠା ସରକାରଙ୍କ ତରଫରୁ କଡ଼ା କଟକଣା କରାଯାଇଛି। ମାଉଣ୍ଟ ଆଙ୍ଗୁଗ ଆଗ୍ନେୟଗିରି ଉଦଗିରଣ କାରଣରୁ ସ୍ଥାନୀୟ ଅଞ୍ଚଳରେ ରେଡ ଆଲର୍ଟ କରାଯାଇଥିବାର ପ୍ରକାଶ। ଆଗ୍ନେୟଗିରି ବିସ୍ଫୋରଣର ଶବ୍ଦ ୧୨ କିମି ଦୂର ପର୍ୟ୍ୟନ୍ତ ଶୁଣାଯାଇଥିଲା। ୬ କିମି ଦୂର ପର୍ୟ୍ୟନ୍ତ ଆଗ୍ନେୟଗିରି ନିର୍ଗତ ଲାଭା ପରିବ୍ୟାପ୍ତ ହୋଇଯାଇଥିଲା। ଏହା ସହ ୪୦୦୦ମିଟର ଉଚ୍ଚ ପର୍ୟ୍ୟନ୍ତ ଧୂଆଁ ଓ ନିଆଁ ହୁଳା ଉଠୁଥିବାର ପାଖଆଖର ଲୋକ ଗଣମାଧ୍ୟମକୁ ମତ ଦେଇଛନ୍ତି। ଏହି ଧୂଆଁ କାରଣରୁ ଏଠାରେ ଥିବା ମନ୍ଦିର ଓ ଘଞ୍ଚ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ କଳା ହୋଇଗଲାଣି। ଗତ କିଛି ମାସ ହେଲା, ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଥିବାରୁ ସରକାର ପାଖଆଖ ଲୋକଙ୍କ ସହ ୨୦ କିମି ପର୍ୟ୍ୟନ୍ତ ଜନବସତିକୁ ସ୍ଥାନାନ୍ତର କରାଇଛନ୍ତି। ଏପରିକି ଏହି ଆକାଶପଥ ଦେଇ ସମସ୍ତ ବିମାନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ୫୪ ବର୍ଷ ପୂର୍ବେ ଅଙ୍ଗୁଗ ଆଗ୍ନେୟଗିରି ଉଦଗିରଣ ହୋଇଥିଲା। ସେ ସମୟରେ ଲାଭା ନିର୍ଗତ ହୋଇ ୭.୫କିମି ପର୍ୟ୍ୟନ୍ତ ବ୍ୟାପିବା ସହ ୧୧୦୦ଲୋକ ପ୍ରାଣ ହରାଇଥିଲେ। 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ