ଐଶ ଓ ଆରାଧ୍ୟାଙ୍କ ସମାଲୋଚନାକୁ ନେଇ ଜବାବ୍ ଦେଲେ ଅଭିଷେକ

.

Published On: Dec 07, 2017 01:53 PM IST | Updated On: Dec 07, 2017 01:55 PM IST |   836

 

ନିକଟରେ ଐଶ୍ବର୍ୟ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଙ୍ଗାଲୋରରେ ଏକ ବିବାହ ଉତ୍ସବରେ ଉପସ୍ଥିତ ଥିଲେ। ଐଶଙ୍କ ସମ୍ପର୍କୀୟ ଭାଇର ବିବାହ ଉତ୍ସବ ଥିଲା। ସୋସିଆଲ ସାଇଟରେ ଜନୈକ ପ୍ରଶଂସକ ଐଶ ଓ ଆରାଧ୍ୟାଙ୍କ ଫଟୋକୁ ଅପଲୋଡ କରିଥିଲେ। ଫଟୋଟିରେ ମୁମ୍ବଇର ଏକ ମହିଳା ଉଲ୍ଲେଖ କରିଥିଲେ, ସିନେତାରକାମାନେ ତାଙ୍କ ପିଲାଙ୍କ ପାଠପଢ଼ାକୁ ନେଇ କେତେ ଯତ୍ନବାନ୍? ଆରାଧ୍ୟା ସବୁବେଳେ ମା’ ଐଶଙ୍କ ସହ ବୁଲୁଛନ୍ତି। ତେବେ ବିଦ୍ୟାଳୟ ନଯାଇ ସେ କ’ଣ କେବଳ ଉତ୍ସବରେ ସାମିଲ ହେଉଛନ୍ତି? ମହିଳାଙ୍କ ଏଭଳି ମନ୍ତବ୍ୟରେ ଅଭିଷେକ ବଚ୍ଚନ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ। ତୁରନ୍ତ ଉତ୍ତର ଦେଇଥିଲେ ଯେ ମ୍ୟାଡାମ୍, ଆପଣ ବୋଧହୁଏ ଭୁଲିଯାଉଛନ୍ତି ଯେ ସପ୍ତାହର ଶନିବାର-ରବିବାର ବିଦ୍ୟାଳୟ ଛୁଟି ରହେ। ଆରାଧ୍ୟାର ପାଠପଢ଼ାକୁ ନେଇ ଐଶ ଖୁବ୍ ଯତ୍ନବାନ୍। ବଚ୍ଚନ ପରିବାର ଐଶଙ୍କ ସପକ୍ଷରେ ଛିଡ଼ା ହୋଇଥିବାବେଳେ ବିଗ୍ ବି ଅମିତାଭ ବଚ୍ଚନ କହିଛନ୍ତି, ଆରାଧ୍ୟାର ବିଦ୍ୟାଳୟ ଛୁଟି ହେଲେ ହିଁ ଐଶ୍ବର୍ୟ୍ୟା କେଉଁଠାକୁ ଯିବାକୁ ସ୍ଥିର କରନ୍ତି। ଏଣୁ ପରିସ୍ଥିତିକୁ ନ ବୁଝି ଏଭଳି ମନ୍ତବ୍ୟ ନ ଦେବାକୁ ବିଗ୍ ବି ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।  

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ