ଭଙ୍ଗିବ ବାହୁବଳୀ ସେଟ୍

.

Published On: Dec 07, 2017 01:41 PM IST | Updated On: Dec 07, 2017 01:44 PM IST |   1746

 

ଚଳିତବର୍ଷର ସର୍ବାଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର ତାଲିକାରେ ଶୀର୍ଷରେ ରହିଛି ‘ବାହୁବଳୀ’ ଚଳଚ୍ଚିତ୍ର। ଏସ୍.ଏସ୍.ରାଜମୌଲୀ ନିର୍ଦେଶିତ ଏହି ଚଳଚ୍ଚିତ୍ରର ସୁଟିଂ ହାଇଦରାବାଦସ୍ଥିତ ‘ରାମୋଜୀ ଫିଲ୍ମ ସିଟି’ରେ ହୋଇଥିଲା। ତେବେ ବାହୁବଳୀର ୨ଟି ଭାଗର ସୁଟିଂ ଶେଷ ଓ ମୁକ୍ତିଲାଭ ପରେ ରାମୋଜୀ ଟିମ୍ ମେକର୍ସ ତୁରନ୍ତ ଏକ ଚୁକ୍ତି କରିଥିଲେ। ରାମୋଜୀ ଟିମ୍ ବାହୁବଳୀର ପୂରା ସେଟକୁ ୫କୋଟି ଟଙ୍କାରେ କିଣି ନେଇଥିବାର ପ୍ରକାଶ। ଏହା ପରଠାରୁ ଦର୍ଶକଙ୍କ ନିମନ୍ତେ ବାହୁବଳୀ ସେଟ୍ ଦର୍ଶନ ନିମନ୍ତେ ଟିକଟ୍ ବିକ୍ରି ଆରମ୍ଭ ହୋଇଥିଲା। ଭାରତର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଦର୍ଶକ ବାହୁବଳୀ ସେଟ୍ ଦେଖିବାକୁ ଛୁଟି ଆସିଥିଲେ। ୨୦୦୦ ଏକର ବିଶିଷ୍ଟ ରାମୋଜୀ ଫିଲ୍ମ ସିଟିର ୧୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ବାହୁବଳୀ ଚଳଚ୍ଚିତ୍ର ସୁଟିଂ ହୋଇଥିଲା। ୫୦୦ ଲୋକଙ୍କ ପରିଶ୍ରମରେ ୫୦ଦିନରେ ମାହେଷ୍ମତୀ ରାଜ୍ୟର ସେଟ୍ ତିଆରି କରାଯାଇଥିଲା।  ଆନୁମାନିକ ୨୫ କୋଟି ଟଙ୍କା ଏଥିରେ ବ୍ୟୟ ହୋଇଥିବାର ଜଣାପଡ଼ିଛି। ଗତ ସେପ୍ଟେମ୍ବରରୁ ଦର୍ଶକଙ୍କ ଭିଡ଼ ଏହି ବାହୁବଳୀ ସେଟରେ ମାତ୍ରାଧିକ ଦେଖିବାକୁ ମିଳିଥିଲା। ତେବେ ଖୁବ୍ ଶୀଘ୍ର ବାହୁବଳୀ ସେଟକୁ ବନ୍ଦ କରାଯିବ। କାରଣ ଏଠାରେ ଅନ୍ୟ ଏକ ଚଳଚ୍ଚିତ୍ରର ସେଟ୍ ନିର୍ମାଣ କରାଯିବ ବୋଲି ରାମୋଜୀର ଜନୈକ ଗାଇଡ୍ ପ୍ରକାଶ କରିଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ବାହୁବଳୀ ସେଟ୍ ଭଙ୍ଗାଯିବ। ସେଟ୍ ଭଙ୍ଗାଯିବ। 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ