୭୦୯ କ୍ୟାରଟର ହୀରା , ୪୩କୋଟିରେ ବିକ୍ରି

.

Published On: Dec 07, 2017 01:32 PM IST |   623

 

ବିଶ୍ବର ସବୁଠୁ ବୃହତ୍ତମ ହୀରା ଭାବେ ଜଣାଯାଉଥିବା ୭୦୯ କ୍ୟାରଟର ହୀରା ଆଫ୍ରିକାରେ ଥିଲା। ତେବେ ପୂରା ରାଷ୍ଟ୍ରର ବିକାଶ ନିମନ୍ତେ ଏହି ହୀରାକୁ ନିଲାମ କରାଯାଇ ସେହି ଅର୍ଥ ବିନିଯୋଗ କରାଯିବ ବୋଲି ସେଠା ପ୍ରଶାସନ ନିଷ୍ପତ୍ତି ନେଲା। ନିକଟରେ ନ୍ୟୁୟର୍କରେ ସେହି ହୀରାର ନିଲାମ କରାଯାଇଛି। ‘ପିସ୍ ଡାଇମଣ୍ଡ’ ନାମରେ ଜଣାଯାଉଥିବା ଏହି ହୀରା ବ୍ରିଟେନର ଶିଳ୍ପପତି ଲରେନ୍ସ ଗ୍ରାଫ୍ ୪୩କୋଟି ଟଙ୍କାରେ କିଣିଛନ୍ତି। ପ୍ରଶାସନ ତରଫରୁ କୁହାଯାଇଛି ଯେ ଆଫ୍ରିକାର ସାମଗ୍ରିକ ବିକାଶରେ ଏହି ୪୩କୋଟି ବନିଯୋଗ କରାଯିବ। ପାନୀୟ ଜଳ, ବିଦ୍ୟୁତ, ବିଦ୍ୟାଳୟ, ସଡକ ତଥା ସେଠା ଚିକିତ୍ସାଳୟ ଉନ୍ନତିକରଣରେ ଏହି ଅର୍ଥ ଉପଯୋଗ ହେବ ବୋଲି ଜଣାପଡ଼ିଛି।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ