ଆସନ୍ତା ୧୫ ମଧ୍ୟରାତ୍ରରୁ ରାଜ୍ୟ ବ୍ୟାପି ଟ୍ରକ ଧର୍ମଘଟ

.

Published On: Dec 07, 2017 12:39 PM IST | Updated On: Dec 07, 2017 12:44 PM IST |   442

 

ଅନୁଗୁଳ: ବିଭିନ୍ନ ଦାବି ନେଇ ଆସନ୍ତା ୧୫ ତାରିଖ ମଧ୍ୟ ରାତ୍ରରୁ  ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଟ୍ରକ ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ଅନୁଗୋଳ ଟ୍ରକ ଅନର ଅଶୋସିଏସନ ପକ୍ଷରୁ ଏକ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସବୁ ଜିଲ୍ଲାର ଟ୍ରକ ଅଶୋସିଏସନର ସଭ୍ୟମାନେ ଯୋଗ ଦେଇ ଏକତ୍ର ହୋଇଥିଲେ । ତାଙ୍କର ଦାବି ହେଲା ଗ୍ରୀନ ଟ୍ୟାକ୍ସ ପ୍ରଚଳନ , ଟ୍ୟାକ୍ସ ବୃଦ୍ଧି  ଓ ଚେକିଂ ନାଁରେ ବ୍ୟାପକ ଅର୍ଥ ଆଦାୟ କରାଯାଉଛି । ଏହାର ପ୍ରତିବାଦ କରି ଆସନ୍ତା ୧୫ ତାରିଖ ରାତ୍ରରୁ ଅନର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଟ୍ରକ ଧର୍ମଘଟ କରିବେ ବୋଲି ଟ୍ରକ ଅନର ଅଶୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ କେନ୍ଦୁଝର, କଟକ, ଭୁବନେଶ୍ୱର, ପାରାଦ୍ୱୀପ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟ୍ରକ ସାମିଲ ହେବା ନେଇ ସୂଚନ ରହିଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ