ପୁଣି ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ୬ଟି ବଗି ଲାଇନ୍‌ଚ୍ୟୁତ

.

Published On: Dec 07, 2017 11:50 AM IST | Updated On: Dec 07, 2017 01:09 PM IST |   284

କୋରାପୁଟ: ପୁଣି ମାଲବାହୀ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଗୁରୁବାର ଦିନ ନକ୍ସଲ ଅଞ୍ଚଳ କୋରାପୁଟ ଜିଲ୍ଲା ଡୁମୁରୀପୁଟ-ଦାମନଯୋଡ଼ି ଷ୍ଟେସନ ମଝିରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନ ଚ୍ୟୁତ ହୋଇଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଏହା ଦ୍ବାରା ୩ଟି ଟ୍ରେନକୁ ବାତିଲ କରାଯାଇଛି । ବାତିଲ୍ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା ୧୮୦୦୬ ଜଗଦଲପୁର-ହାଓ୍ୱଡା ସମଲେଶ୍ୱରୀ ଏକ୍ସପ୍ରେସ୍, ୫୮୫୩୭ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଏବଂ ୧୮୪୪୭/୧୮୪୪୮ ଭୁବନେଶ୍ବର- ଜଗଦଲପୁର- ଭୁବନେଶ୍ବର- ହୀରାଖଣ୍ଡ ଏକ୍ସପ୍ରେସ୍ ।

ସେହିପରି ଅନ୍ୟ କେତେକ ଟ୍ରେନ୍ ଚଳାଚଳ ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି । ସେଗୁଡିକ ୦୮୫୧୨ ବିଶାଖାପାଟଣା, ୦୮୫୧୧ କିରନ୍ଦୁଲ- ବିଶାଖାପାଟଣା, ୧୮୪୪୭ ଭୁବନେଶ୍ବର- ଜଗଦଲପୁର- ହୀରାଖଣ୍ଡ ଏକ୍ସପ୍ରେସ୍, ୫୮୫୩୮/୫୮୫୩୭ ବିଶାଖାପାଟଣା-କୋରାପୁଟ-କିରନ୍ଦୁଲ-ବିଶାଖାପାଟଣା ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି । ଘଟଣାସ୍ଥଳରେ ରେଲବାଇ ବିଭାଗ କର୍ମଚାରୀ ପହଞ୍ଚି ପୁନରୁଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ