ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ର ମୁଖ୍ୟାଂଶ

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ର ମୁଖ୍ୟାଂଶ

Copy Editor AH | Published On: Dec 07, 2017 06:08 AM IST |   274

-ଶ୍ରୀଲଙ୍କାକୁ ୧-୦ରେ ହରାଇ ଭାରତ କ୍ରମାଗତ ୯ମ ଟେଷ୍ଟ ସିରିଜ୍‌ ଜିତିବା ସହ ବିଶ୍ୱରେକର୍ଡର ସମକକ୍ଷ ହୋଇଛି । ରିକି ପଣ୍ଟିଂଙ୍କ ଅଷ୍ଟ୍ରେଲିଆ ୨୦୦୫ରୁ ୨୦୦୮ ମଧ୍ୟରେ ଅଷ୍ଟ୍ରେଲିଆ କ୍ରମାଗତ ୯ଟି ଟେଷ୍ଟ ସିରିଜ୍‌ ଜିତିଥିଲା । -୨୦୧୫ରେ ଶ୍ରୀଲଙ୍କାରେ ହିଁ ବିରାଟ କୋହଲି ନେତୃତ୍ୱାଧୀନ ଭାରତ ଟେଷ୍ଟ ସିରିଜ୍‌ ବିଜୟର ଧାରା ଆରମ୍ଭ କରିଥିଲା ଏବଂ ସେହି ଶ୍ରୀଲଙ୍କାକୁ ହରାଇ କ୍ରମାଗତ ୯ଟି ଟେଷ୍ଟ ସିରିଜ୍‌ ଜିତିପାରିଛି । - କ୍ରମାଗତ ୯ଟି ଟେଷ୍ଟ ସିରିଜ୍‌ ବିଜୟରୁ ୬ଟି ସିିରିଜ୍‌ ଘରୋଇମାଟିରେ ଏବଂ ୩ଟି ସିରିଜ୍‌ ବିଦେଶରେ ଭାରତ ଜିତିଛି । -ଏହି ସମୟରେ ଭାରତ ୯ଟି ଟେଷ୍ଟ ସିରିଜ୍‌ରେ ୩୦ଟି ଟେଷ୍ଟ ଖେଳି ୨୧ଟି ଜିତିଥିବା ବେଳେ ୨ଟି ହାରିଛି ଏବଂ ୭ଟି ଡ୍ର ରଖିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୨୬ଟି ଟେଷ୍ଟ ଖେଳି ୨୨ଟି ଜିତି ପାରିଥିଲା । -ଏହି ସମୟରେ ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ୨୭୦୭ ରନ୍‌ କରିଥିବା ବେଳେ ଆର୍‌. ଅଶ୍ୱିନ ସର୍ବାଧିକ ୧୮୦ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ପାଇଁ ରିକି ପଣ୍ଟିଂ ୨୭୯୦ ରନ୍‌ କରିଥିବା ବେଳେ ବ୍ରେଟ୍‌ ଲି ୧୩୦ଟି ୱିକେଟ ନେଇଥିଲେ । -ଭାରତମାଟିରେ ୪ର୍ଥ ଇନିଂସରେ ବିଦେଶୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ଧନଞ୍ଜୟ ଡି ସିଲ୍‌ଭା କରିଥିବା ୧୧୯ ରନ୍‌ ସର୍ବାଧିକ । ୧୯୮୭ରେ ୱେଷ୍ଟଇଣ୍ଡିଜ୍‌ ଭିଭ୍‌ ରିଚାର୍ଡସ ଫିରୋଶାହା କୋଟ୍‌ଲାରେ ୪ର୍ଥ ଇନିଂସରେ ଅପରାଜିତ ୧୦୯ ରନ୍‌ କରିଥିଲେ । ପୁଣି ରନ୍‌ର ପିଛା କରିବା ବେଳେ ୪ର୍ଥ ବିଦେଶୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ଧନଞ୍ଜୟ ଶତକ ମାରିଛନ୍ତି । ୧୦ ବର୍ଷ ପରେ ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନ୍‌ ଭାବେ ୪ଥ ଇନିଂସରେ ଧନଞ୍ଜୟ ଶତକ ହାସଲ କରିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ