ଆଜି ଜର୍ମାନୀ-ନେଦରଲାଣ୍ଡ୍‌ସ ; ଇଂଲଣ୍ଡ-ଆର୍ଜେଣ୍ଟିନା କ୍ୱାର୍ଟରଫାଇନାଲ

ହକି ବିଶ୍ୱଲିଗ୍‌ ଫାଇନାଲ ପ୍ରତିଯୋଗିତା

Copy Editor AH | Published On: Dec 07, 2017 05:55 AM IST | Updated On: Dec 07, 2017 05:56 AM IST |   153

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପ୍ଲେକ୍ସରେ ଚାଲିଥିବା ହକି ବିଶ୍ୱଲିଗ୍‌ ତୃତୀୟ ସଂସ୍କରଣ ପ୍ରତିଯୋଗିତାର ବୁଧବାର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ଶେଷ ହୋଇଥିବା ବେଳେ ଗୁରୁବାର ୩ୟ ଓ ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତୃତୀୟ କ୍ୱାର୍ଟରଫାଇନାଲରେ ଇଂଲଣ୍ଡ-ଜର୍ମାନୀକୁ ଭେଟିବାବେଳେ ୪ର୍ଥ କ୍ୱାର୍ଟରଫାଇନାଲରେ ଜର୍ମାନୀ - ନେଦରଲାଣ୍ଡ୍‌ସକୁ ଭେଟିବ । ପୁଲ-ବି ରେ ସ୍ଥାନ ପାଇଥିବା ଇଂଲଣ୍ଡ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଗ୍ରୁପ ଦ୍ୱିତୀୟ ସ୍ଥାନରେ ରହିଥିଲ । ଦଳ ଜର୍ମାନୀ ନିକଟରୁ ୨-୦ ଗୋଲରେ ପରାଜିତ ହୋଇଥିବାବେଳେ ଅଷ୍ଟ୍ରେଲିଆ ସହିତ ୨-୨ ଗୋଲରେ ବରାବର ରଖିଥିଲା । ଭାରତକୁ ୩-୨ ଗୋଲରେ ପରାଜିତ କରିଥିଲା । ସେହିପରି ପୁଲ-ଏ ରେ ସ୍ଥାନ ପାଇଥିବା ଆର୍ଜେଣ୍ଟିନା ୩ଟି ମ୍ୟାଚରୁ ଦୁଇଟି ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ପାଇ ଗ୍ରୁପ ଅନ୍ତିମ ସ୍ଥାନରେ ରହିଥିଲା । ଦଳ ବେଲଜିୟମ ନିକଟରୁ ୩-୨ ଗୋଲରେ ଓ ସ୍ପେନ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିବାବେଳେ ନେଦରଲାଣ୍ଡ୍‌ସ ସହିତ ୨-୨ରେ ବରାବର ରଖିଥିଲା । ବିଶ୍ୱର ଏକ ନମ୍ବର ଦଳ ଆର୍ଜେଣ୍ଟିନା ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ପ୍ରଦର୍ଶନକୁ ଦେଖିଲେ ଇଂଲଣ୍ଡ ଫେବରିଟ୍‌ ମନେ କରାଯାଉଛି । ଚତୁର୍ଥ କ୍ୱାର୍ଟର ଫାଇନାଲରେ ଜର୍ମାନୀ - ନେଦରଲାଣ୍ଡ୍‌ସକୁ ଭେଟିବ । ପୁଲ-ବି ରେ ସ୍ଥାନ ପାଇଥିବା ଜର୍ମାନୀ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହ ମୋଟ ୭ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା । ଦଳ ଇଂଲଣ୍ଡକୁ ୨-୦ଗୋଲରେ, ଭାରତକୁ ୨-୦ ଗୋଲରେ ପରାଜିତ କରିଥିବାବେଳେ ଅଷ୍ଟ୍ରେଲିଆ ସହ ୨-୨ ଗୋଲ ବରାବର ରଖିଥିଲା । ନେଦରଲାଣ୍ଡ୍‌ସ ପୁଲ-ଏ ରେ ୩ଟି ମ୍ୟାଚରୁ ଦୁଇଟି ପରାଜୟ ଓ ଗୋଟିଏ ଡ୍ର ସହ ମୋଟ ୧ ପଏଣ୍ଟ ପାଇ ଗ୍ରୁପ ଅନ୍ତିମ ସ୍ଥାନରେ ରହିଥିଲା । ଦଳ ସ୍ପେନ ନିକଟରୁ ୩-୨ ଗୋଲରେ, ବେଲଜିୟମ ନିକଟରୁ ୩-୦ ଗୋଲରେ ପରାଜିତ ହୋଇଥିବାବେଳେ ଆର୍ଜେଣ୍ଟିନା ସହ ମ୍ୟାଚ ୩-୩ ଗୋଲ ବରାବର ରଖିଥିଲା । ଜର୍ମାନୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଥିବାବେଳେ ନେଦରଲାଣ୍ଡ୍‌ସ ଚମତ୍କାରିତା ଦେଖାଇବା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ, ଜର୍ମାନୀ, ଆର୍ଜେଣ୍ଟିନା ଓ ସ୍ପେନ ଦଳ ବୁଧବାର ସକାଳେ କଳିଙ୍ଗ ଷ୍ଟାଡ଼ିୟମ ହକି ଅଭ୍ୟାସ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ