ବ୍ରାହ୍ମଣୀ ସେତୁକୁ ନେଇ କେନ୍ଦ୍ର-ରାଜ୍ୟ ଚିଠି ଯୁଦ୍ଧ ; ପୁଣି ଗଡ଼କରୀଙ୍କୁ ଚିଠି ଦେଲେ ନବୀନ

ଅନୁମତି ଅନାବଶ୍ୟକ ; ନିର୍ମାଣ କର

Copy Editor AH | Published On: Dec 07, 2017 05:43 AM IST |   104

ଭୁବନେଶ୍ୱର : ଜଙ୍ଗଲ ଅନୁମୋଦନ ଓ ଜମି ଅଧିଗ୍ରହଣ ସମସ୍ୟା ପାଇଁ ପୋଲ ନିର୍ମାଣରେ ବିଳମ୍ବ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିବା ପରେ ପୁଣି ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଡ଼କରୀଙ୍କ ନିକଟକୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସେତୁ ପାଇଁ ପ୍ରସ୍ତାବିତ ଅଞ୍ଚଳଟି ଅଣଜଙ୍ଗଲ ଅଞ୍ଚଳରେ ଥିବାରୁ ବ୍ରାହ୍ମଣୀ ପୋଲ ନିର୍ମାଣ ପାଇଁ ଜଙ୍ଗଲ ମଞ୍ଜୁରୀର ଆବଶ୍ୟକତା ନାହିଁ। ରାଜ୍ୟ ବନ ବିଭାଗ ପକ୍ଷରୁ ତାଙ୍କ ନିକଟକୁ ଆସିଥିବା ଏକ ଚିଠିରେ ଏହା ସ୍ପଷ୍ଟ କରିଦିଆଯାଇଛି। ଏଥିସହିତ ରାଉରକେଲାଠାରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦେଶକ କହିଛନ୍ତି ଯେ ଦ୍ୱିତୀୟ ବ୍ରାହ୍ମଣୀ ପୋଲ ପାଇଁ ଚିହ୍ନଟ ସ୍ଥାନଟି ଅଣଜଙ୍ଗଲ କିସମର ଜମି। ଏପରିକି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆସନ୍ତାକାଲିଠାରୁ ବି ପୋଲ ନିର୍ମାଣ କାମ ଆରମ୍ଭ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଜାତୀୟ ରାଜପଥ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଗଲେ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି। ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଗତ ୪ତାରିଖରେ ସୁନ୍ଦରଗଡ଼ ଜିଲାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ପୋଲ ନିର୍ମାଣରେ ବିଳମ୍ବ ନେଇ ଉଦ୍‌ବେଗ ଜଣାଇବା ପରେ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତୁରନ୍ତ ପୋଲ ନିର୍ମାଣ ପାଇଁ ସେମାନେ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଯଦି କେନ୍ଦ୍ର ସରକାର ପୋଲ ନିର୍ମାଣରେ ବିଳମ୍ବ କରୁଛନ୍ତି ତେବେ ରାଜ୍ୟ ସରକାର ଏହି ଦ୍ୱିତୀୟ ସେତୁ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଚିଠିରେ ଦର୍ଶାଇଥିଲେ। ପୋଲଟି ସମ୍ପୃକ୍ତ ଅଞ୍ଚଳର ଜୀବନରେଖା ହୋଇଥିବାରୁ ଏହା ପୂର୍ବରୁ ୨୦୧୪ ଡ଼ିସେମ୍ବର ୨ ଓ ୨୦୧୭ ମେ ୨୪ରେ ସେ କେନ୍ଦ୍ରକୁ ଚିଠି ଲେଖିଥିଲେ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଣି ଥରେ ସ୍ମରଣ କରାଇଦେଇଛନ୍ତି। ଅନୁମତି ଅନାବଶ୍ୟକ...
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ