ବ୍ରାହ୍ମଣୀ ସେତୁକୁ ନେଇ କେନ୍ଦ୍ର-ରାଜ୍ୟ ଚିଠି ଯୁଦ୍ଧ ; ନବୀନଙ୍କୁ ଚିଠି ଲେଖିଲେ ଗଡ଼କରୀ

ଜଙ୍ଗଲ ଅନୁମତି, ଜମି ଅଧିଗ୍ରହଣରୁ ବିଳମ୍ବ

Copy Editor AH | Published On: Dec 07, 2017 05:37 AM IST |   114

ଭୁବନେଶ୍ୱର : ବ୍ରାହ୍ମଣୀ ନଦୀରେ ପୋଲ ନିର୍ମାଣକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ତୁରନ୍ତ ପୋଲ ନିର୍ମାଣ କରନ୍ତୁ ନଚେତ ଏଥିପାଇଁ ରାଜ୍ୟକୁ ଅନୁମତି ଦିଆଯାଉ ବୋଲି ଦାବି କରି ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଗତ ୪ତାରିଖରେ ଚିଠି ଲେଖିଥିଲେ। ଚିଠି ପାଇବାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହାର ପାଲଟା ଜବାବ ଦେଇଛନ୍ତି। ପୋଲ ବିଳମ୍ବ ପାଇଁ ସେ ରାଜ୍ୟ ଉପରେ ଦୋଷ ଲଦିଛନ୍ତି। ଓଡ଼ିଶା ସରକାରଙ୍କ ଆଡ଼ୁ ଜଙ୍ଗଲ ଅନୁମୋଦନ ଓ ଜମି ଅଧିଗ୍ରହଣରେ ସମସ୍ୟା ରହିଛି ବୋଲି ଆରୋପ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ବିଳମ୍ବ ଯୋଗୁଁ ଏନଏଚ-୧୪୩ର ବୀରମିତ୍ରପୁର-ବାରକୋଟ ସେକ୍ସନରେ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇପାରୁନି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଶ୍ରୀ ଗଡ଼କରୀ ଉଲ୍ଲେଖ କରିଛନ୍ତି ଯେ ଆପଣଙ୍କଠାରୁ ଏଭଳି ଚିଠି ପାଇବା ପରେ ଏବଂ ଗଣମାଧ୍ୟମ ରିପୋର୍ଟ ପଢ଼ିବା ପରେ ମୁଁ ବିସ୍ମିତ ଏବଂ ମର୍ମାହତ। ପୋଲ ନିର୍ମାଣରେ ବିଳମ୍ବ ପାଇଁ ଜଙ୍ଗଲ ଅନୁମୋଦନ ଓ ଜମି ଅଧିଗ୍ରହଣ ହିଁ ମୁଖ୍ୟ ସମସ୍ୟା ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଏଥିନେଇ ରାଜ୍ୟ ସରକାର ଆବଶ୍ୟକ ଅନୁମୋଦନ କଲେ ସପ୍ତାହକ ଭିତରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି। ତାଙ୍କ ସହିତ ଦିଲ୍ଲୀରେ ପୂର୍ବରୁ ହୋଇଥିବା ବୈଠକ ସମ୍ପର୍କରେ ସୂଚାଇଦେଇ ସେ କହିଛନ୍ତି ଯେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମୋଦନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏ ଧରଣର ୪ଟି ପ୍ରକଳ୍ପ ଓଡ଼ିଶା ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି ବୋଲି ସେ ଦର୍ଶାଇଛନ୍ତି। ଏଥିସହିତ ଓଡ଼ିଶା ସରକାର ବ୍ରାହ୍ମଣୀ ପୋଲ ଦୁଇ ଲେନ ବିଶିଷ୍ଟ କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଟ୍ରାଫିକ ସମସ୍ୟା ଓ ସାମାଜିକ ଅର୍ଥନୈତକି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଏହାକୁ ୬ଲେନ କରିବାକୁ ଅନୁମୋଦନ କରିଥିବାରୁ ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରଶଂସା କରିବା କଥା। ଜଙ୍ଗଲ ଅନୁମତି, ଜମି...
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ