ଗୁଜରାଟରେ ବିଜେପିକୁ ମିଳିବ ୧୧୧ ଆସନ

ଟାଇମ୍ସ ନାଓ-ଭିଏମ୍‌ଆର ସର୍ଭେ

Copy Editor AH | Published On: Dec 07, 2017 05:25 AM IST |   908

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୧ଟି ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ ପୂର୍ବକ ସରକାର ଗଢିବା ନିଶ୍ଚିତ ବୋଲି ଜନମତ ସର୍ଭେରୁ ଜଣାଯାଇଛି । ଟାଇମ୍ସ ନାଓ-ଭିଏମ୍‌ଆରର ଜନମତ ସର୍ଭେ ଅନୁଯାୟୀ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ୧୦୬ରୁ ୧୧୬ ଆସନ ପାଇ ସରକାର ଗଠନ କରିବ । ଅନ୍ୟପଟେ ବିରୋଧୀ କଂଗ୍ରେସ ୬୩ରୁ ୭୩ଟି ଆସନ ପାଇବ । କଂଗ୍ରେସ ପୂର୍ବ ନିର୍ବାଚନ ଅପେକ୍ଷା ୭ଟି ଅଧିକ ଆସନ ପାଇବ । ୨୦୧୨ ନିର୍ବାଚନ ଅପେକ୍ଷା ବିଜେପିର ଭୋଟ ହାର ୩% ହ୍ରାସ ପାଇବ ଓ କଂଗ୍ରେସର ଭୋଟ ହାର ୧% ବୃଦ୍ଧି ପାଇବ ବୋଲି ସର୍ଭେରେ କୁହାଯାଇଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ