ଗଢ଼ା ହେବ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ

ରାଜ୍ୟ କ୍ୟାବିନେଟରେ ୩ ପ୍ରସ୍ତାବକୁ ମୋହର

Copy Editor AH | Published On: Dec 07, 2017 01:07 AM IST |   166

ଭୁବନେଶ୍ୱର : ରାଜ୍ୟରେ ଏକ ଏକକ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜନସ୍ୱାସ୍ଥ୍ୟରେ ଉଚ୍ଚଶିକ୍ଷା, ପ୍ରଶିକ୍ଷଣ, ଚିକିତ୍ସା ଓ ମାନବସମ୍ବଳ ସୃ୍‌ଷ୍ଟି କରିବା ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ। ଭୁବନେଶ୍ୱରଠାରେ କାର୍ଯ୍ୟ କରୁଥିବା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଠାରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟକରିବ। ‘ଏସିଆନ ଇନିଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍‌ଥ ୟୁନିଭରସିଟି’ ଭାବେ ଏହାକୁ ନାମିତ କରାଯିବ। ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ ତରଫରୁ ଦେଶରେ ପ୍ରତିଷ୍ଠିତ ଚାରିଟି ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱରରେ ଥିବା ଏହି ପ୍ରତିଷ୍ଠାନ ଅନ୍ୟତମ। ୨୦୧୦ରେ ଏହା ଆରମ୍ଭ ହୋଇଥିଲା। ଏଠାରେ ଜନସ୍ୱାସ୍ଥ୍ୟ ପରିଚାଳନା ବିଷୟରେ ପିଜି ଡିପ୍ଲୋମା ଶିକ୍ଷା ପ୍ରଦାନ କରାଯାଉଛିି। ଏହାକୁ ଉନ୍ନୀତ କରାଯାଇ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ। ବେସରକାରୀ ଉଦ୍ୟମରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହାବ୍ୟତୀତ ବଜାରରେ ବିକ୍ରି କରାଯାଉଥିବା କାଠ, ବାଉଁଶ ଓ କେନ୍ଦୁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭାଟ୍‌ ବଦଳରେ ଜିଏସଟି ଲାଗୁ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଯୋଗ୍ୟତାକୁ ନେଇ ଅଭିଯୋଗ ଥିଲେ ତାହା ଉପରେ ତିନିମାସ ମଧ୍ୟରେ ମାମଲା କରାଯାଇପାରିବ। ପୂର୍ବରୁ ଏହି ଅବଧି ଏକମାସ ଥିଲା। ଏବେ ଏହି ଅବଧିକୁ ମାମଲାର ସମାଧାନ ପାଇଁ ବଢ଼ାଇ ଦିଆଯାଇଛି।
Tags:

Like Us

Breaking News

ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂହ ଭାଇଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ ଚାନ୍ଦବାଲି: ଧାମରା ବନ୍ଦରର କନଭେୟର ବେଲ୍ଟରେ ଅଗ୍ନିକାଣ୍ଡ କଟକ: ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଅନୁଗୁଳ: ଅନୁଗୁଳ ଥାନା ମୁଶାପାପୁଲି ନିକଟରେ ଆଜି ସନ୍ଧ୍ୟା ୬ଟାରେ ଦୁର୍ଘଟଣା ଘଟି ୨ ମୃତ