ଗୁରୁବାର ରାଶିଫଳ

ଗୁରୁବାର ରାଶିଫଳ

Copy Editor AH | Published On: Dec 07, 2017 12:16 AM IST |   1871

ମେଷ: ରୁଚିକର ଭୋଜନରେ ତୃପ୍ତି ମିଳିବ । ବାଦ-ବିବାଦର ସମ୍ମୁଖୀନ ହେବେ । କଥା-ବାର୍ତ୍ତାରେ ସଂଯମତା ଆବଶ୍ୟକ । ଠକମାନଙ୍କ ପ୍ରତି ସତର୍କ ରହିବେ । କୃଷିରୁ ସେତେଟା ଲାଭ ମିଳିବା ସମ୍ଭବପର ନୁହେଁ । ତଥାପି ଶୁଭ ଯୋଗ ଅଛି । ବୃଷ: ଠାକୁରଙ୍କ ପୂଜାର୍ଚ୍ଚନାରେ ମନୋନିବେଶ କରିବେ । ଆଶାବାଦୀ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୁଷ୍ଟ ହେବେ । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଶତ୍ରୁ ଦମନ କରିବେ । ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ । ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ଅର୍ଥ ଚିନ୍ତାରେ ମନକୁ ଭାରାକ୍ରାନ୍ତ ନ କରି ସମୟକୁ ଅପେକ୍ଷା କରନ୍ତୁ । ଧନାଗମ ହେବ । କର୍କଟ: ସ୍ୱଳ୍ପ ପରିମାଣର ଆୟ ହେବ । ଏଥି ପାଇଁ ବନ୍ଧୁ ସହାୟତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ଭୋଜନ ମିଳିବ । ମନ ପ୍ରସନ୍ନ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁଖ ମିଳିବ । ସିଂହ: ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ । ସାମୟିକ ଭାବେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଥିବା ବେଳେ ବ୍ୟୟ ବୃଦ୍ଧିର ସୂଚନା ମିଳୁ ଥିବାବେଳେ ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । କର୍ମ ଚଞ୍ଚଳ ରହିବେ । ପାରିବାରିକ ସୁଖ ପାଇପାରନ୍ତି । କନ୍ୟା: ଯାତ୍ରା ଆନନ୍ଦଦାୟକ ହୋଇପାରେ । ସ୍ୱଳ୍ପ ଆୟ ହେବ । ଦୀର୍ଘଦିନର ଆଶା ପୂରଣ ହେବ । ଧନ-ମାନ-ସୁଖ-ସମ୍ଭୋଗ ସବୁକିଛି ମିଳିପାରେ । ସମ୍ମାନିତ ହେବାର ସୂଚନା ମିଳୁଛି । ବ୍ୟବସାୟରେ ଅପୂର୍ବ ସଫଳତା ମିଳିବ । ତୁଳା: କର୍ମ ଚଞ୍ଚଳ ରହିବେ । ଚିନ୍ତା ହ୍ରାସ ହେବ । କର୍ମକୁଶଳତା ପ୍ରକାଶ ପାଇବ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ବିଛା: କୌଣସି କାରଣରୁ ଅସନ୍ତୁଷ୍ଟ ହୋଇପାରନ୍ତି । ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି । ଶତ୍ରୁ ନାଶ କରିବା ସହିତ ଧନଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତି ସହିତ ତେଜ ବୃଦ୍ଧି ହେବ । ବାହୁରେ ପୀଡ଼ା ଉପୁଜିବ । ଧନୁ: ଅର୍ଥ ଲାଭର ସୂଚନା ମିଳୁଛି । ଆଜିଭଳି ଦିନରେ ସୁଖ ମିଳିବା କଷ୍ଟ ସାଧ୍ୟ ହୋଇପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ନିଜ ଲୋକମାନେ ଖର୍ଚ୍ଚାନ୍ତରେ ପକାଇ ପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । ମକର: ଜନତାଙ୍କର ଆଦରଣୀୟ ହେବା ପାଇଁ କଠିନ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ । ବନ୍ଧୁ ମିଳନ ଘଟିପାରେ । ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବସ୍ତ୍ର ଲାଭ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । କୁମ୍ଭ: ଆୟ ଯୋଗ ରହିଛି । ସାମୟିକ ଭାବେ ନିରବତା ଅବଲମ୍ବନ କରିପାରନ୍ତି । ଶୁଭକର୍ମରେ ନିଜକୁ ନିୟୋଜିତ କରିବେ । ପାରିବାରିକ ସୁଖ ମିଳିବ । ବିଳାସ -ବ୍ୟସନ କରିପାରନ୍ତି । କେତେକ ନୂତନ ଯୋଜନା ପ୍ରସ୍ତୁତ କରିବେ । ଦ୍ରବ୍ୟ କ୍ରୟ କରିବେ । ମୀନ: ସନ୍ତାନ ସନ୍ତତିଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । କାହାରିକୁ କଟୁ ବାକ୍ୟ ପ୍ରୟୋଗ ନ କରିବା ଭଲ । ଚଞ୍ଚଳ ପ୍ରକୃତିର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ