ଆକ୍ରମଣାତ୍ମକ ଖେଳ ବିଜୟ ଦେଲା : ମନ୍‌ପ୍ରୀତ

ଆକ୍ରମଣାତ୍ମକ ଖେଳ ବିଜୟ ଦେଲା : ମନ୍‌ପ୍ରୀତ

Copy Editor AH | Published On: Dec 07, 2017 12:03 AM IST |   137

ଭୁବନେଶ୍ୱର: ଲିଗ୍‌ ପର୍ଯ୍ୟାୟ ମ୍ୟାଚରେ ଦୁର୍ବଳ ରକ୍ଷଣାପନ୍ଥି ଓ ପେନାଲ୍ଟି କର୍ଣ୍ଣରକୁ ସୁଧାରିବା ନେଇ ପ୍ରଥମ ଗୁରୁତ୍ୱ ଦେଇଥିଲୁ । ବେଲଜିୟମ ବିପକ୍ଷରେ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ନେଇ ପ୍ରଶିକ୍ଷକ ମାରିୟେନେ ଗୁରୁତ୍ୱ ଦେଇଥିଲେ । ଉକ୍ତ ଯୋଜନା ଆମକୁ ସଫଳତା ଦେଇଛି ବୋଲି ଭାରତୀୟ ଅଧିନାୟକ ମତପ୍ରୀତ ସିଂହ କହିଛନ୍ତି । ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ଆମେ ସଫଳ ହୋଇଥିଲୁ । ଅନ୍ତିମ କ୍ୱାର୍ଟରର କିଛି ସମୟ ଖେଳରେ ଆମର ତୃଟି ପାଇଁ ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ ବରଣ କରିବାକୁ ପଡ଼ିଲା । ପେନାଲ୍ଟି ଷ୍ଟ୍ରୋକ୍‌ରେ ଗୋଲକିପର ସୂରଜ କେରକେରାଙ୍କ ଚମକ୍ରାର ପ୍ରଦର୍ଶନ ଆମକୁ ବିଜୟ ଦେଇଛି । ସେମିଫାଇନାଲରେ ଏଭଳି ପ୍ରଦର୍ଶନ ଜାରି ରଖିବା ପ୍ରଥମ ଲକ୍ଷ୍ୟ ରହିବ ବୋଲି ମନ୍‌ପ୍ରୀତ କହିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ