ଚଳିତ ସପ୍ତାହରେ ବିରାଟ-ଅନୁଷ୍କା ବାହାଘର !

ଚଳିତ ସପ୍ତାହରେ ବିରାଟ-ଅନୁଷ୍କା ବାହାଘର !

Copy Editor AH | Published On: Dec 06, 2017 11:55 PM IST |   977

ମୁମ୍ବଇ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ୍‌ରୁ ବିରାଟ କୋହଲି ଓହରିବା ପରଠାରୁ ତାଙ୍କ ବିବାହ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ ବୁଧବାର ଚକିତକର ଖବର ମିଳିଛି ଯେ ଚଳିତ ସପ୍ତାହରେ ତାଙ୍କ ପ୍ରେୟସୀ ତଥା ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମାଙ୍କୁ ବିରାଟ ବିବାହ କରିବେ । ଉଭୟଙ୍କ ବିବାହ ଡିସେମ୍ବର ୯ରୁ ୧୧ ମଧ୍ୟରେ ଇଟାଲୀର ମିଲାନ୍‌ ସହରରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଛି । ଦିନେ ଦୁଇଦିନ ମଧ୍ୟରେ ବିରାଟ ଓ ଅନୁଷ୍କା ସେମାନଙ୍କ ପରିବାର ଲୋକଙ୍କ ସହ ମିଲାନ୍‌ ଯିବେ ଏବଂ ସେଠାରେ ବିବାହ କରିବେ । ପୁଣି ସ୍ୱଦେଶ ଛାଡ଼ି ଇଟାଲୀରେ ବିବାହ ଉତ୍ସବ ଆୟୋଜନ ହେବାର କାରଣ ହେଉଛି ଗଣମାଧ୍ୟମ ନଜରରୁ ବଞ୍ଚିବା । ବିରାଟ ଓ ଅନୁଷ୍କା ଏକ ସାମ୍ପୁର ବିଜ୍ଞାପନରେ ଅଭିନୟ କରିବା ପରଠାରୁ ସେମାନଙ୍କ ସମ୍ପର୍କ ନେଇ ନିୟମିତ ଭାବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଏହି ବିବାହ ଖବର ନେଇ କୋହଲିଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ବୁଧବାର ସନ୍ଧ୍ୟାରେ ଏହି ଖବର ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ଅନୁଷ୍କାଙ୍କ ମୁଖପାତ୍ର ଏହାକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ଏବଂ ବିବାହ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ୨୦୧୩ରୁ କ୍ରିକେଟ ତାରକା ବିରାଟ କୋହଲି ଓ ବଲିଉଡ୍‌ ତାରକା ଅନୁଷ୍କା ଶର୍ମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମେ ଦୁହେଁ ସମ୍ପର୍କକୁ ଲୁଚାଉଥିଲେ ହେଁ ପରେ ଦୁହେଁ ଖୋଲାଖୋଲି ମିଶିଥିଲେ । ସାଥୀ ଖେଳାଳିଙ୍କ ବିବାହ ଉତ୍ସବ, କ୍ରିକେଟ୍‌ରେ ବିଭିନ୍ନ ପାର୍ଟି ପ୍ରଭୃତିକୁ ଅନୁଷ୍କାଙ୍କୁ ସାଙ୍ଗରେ ଧରି କୋହଲି ଯାଇଥାଆନ୍ତି । ଏପରିକି ବିଭିନ୍ନ ବିଦେଶ ଗସ୍ତରେ ମଧ୍ୟ କୋହଲିଙ୍କ ସହ ଅନୁଷ୍କା ଯାଇଥାଆନ୍ତି । ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ବିରାଟ ଓ ଅନୁଷ୍କାଙ୍କୁ ଏକାଠି ବୁଲିବା ଦେଖା ଯାଇଥିଲା । ୨୦୧୫ରେ କିଛି ମାସ ଲାଗି ଉଭୟଙ୍କ ସମ୍ପର୍କ ତୁଟି ଯାଇଥିଲେ ହେଁ ପରେ ଦୁହେଁ ପୁଣି ଏକାଠି ହୋଇ ଯାଇଥିଲେ । ନିକଟରେ ଏକ ଟିଭି ସୋ’ରେ ବିରାଟ କହିଥିଲେ ଯେ ଅନୁଷ୍କା ତାଙ୍କ ପାଇଁ ସୌଭାଗ୍ୟ ଆଣିଛନ୍ତି । ତାଙ୍କ ସହ ସମ୍ପର୍କ ଯୋଡ଼ିହେବା ପରଠାରୁ ତାଙ୍କର ଏବଂ ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ହେବାରେ ଲାଗିଛି । ଏବେ ଆଉ ୩/୪ ଦିନର ଅପେକ୍ଷା । ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ ଯେ ଇଟାଲୀରେ ବିରାଟ-ଅନୁଷ୍କା ବିବାହ ଅନୁଷ୍ଠିତ ହେଉଛି କି ନାହିଁ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ