‘ସୁପର ଆର୍ଥ’ ଜୀବବାସର ସମ୍ଭାବନା!

‘ସୁପର ଆର୍ଥ’ ଜୀବବାସର ସମ୍ଭାବନା!

Copy Editor RKD | Published On: Dec 06, 2017 11:37 PM IST | Updated On: Dec 06, 2017 11:38 PM IST |   1065

ଟରଣ୍ଟୋ : ବହୁତ୍‌ କମ ଜଣାଶୁଣା ପୃଥିବୀଠାରୁ ୧୧୧ ଆଲୋକବର୍ଷ ଦୂରରେ ଥିବା ଏକ ଗ୍ରହରେ ଜୀବବାସ ସମ୍ଭବପର ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି । ଏହି ଗ୍ରହର ନାମ କେ୨-୧୮ବି ହୋଇଥିବାବେଳେ ଏହାକୁ ଏବେ ‘ସୁପର ଆର୍ଥ’ ବୋଲି କୁହାଯାଇଛି । ଆକାରରେ ପୃଥିବୀଠାରୁ ବଡ଼ ଏହି ଗ୍ରହରେ ଜୀବବାସର ସମସ୍ତ ତତ୍ତ୍ୱ ଓ ପରିବେଶ ରହିଛି ବୋଲି ଗବେଷକମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି । ୟୁରୋପୀୟ ଦକ୍ଷିଣାଞ୍ଚଳ ଅନୁଧ୍ୟାନ କେନ୍ଦ୍ର (ଇଏସ୍‌ଓ) ଦ୍ୱାରା ସଂଗୃହୀତ ତଥ୍ୟକୁ ଆଧାର କରି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ‘ସୁପର ଆର୍ଥ’କୁ ଖୋଜି ପାଇଥିବା କହିଛନ୍ତି । ସୌରମଣ୍ଡଳରେ କେ୨-୧୮ବି ଗ୍ରହକୁ ପ୍ରଦକ୍ଷଣ କରୁଥିବା ଏକ ନୂତନ ଗ୍ରହକୁ ବି ଆବିଷ୍କାର କରାଯାଇଛି । କେ୨-୧୮ ବି ଗ୍ରହ ପୃଥିବୀଠାରୁ ଆକାରରେ ଅନେକ ଗୁଣରେ ବଡ, ମାତ୍ର କେତେ ବଡ଼ ତାହା ମପା ଯାଇପାରିନାହିଁ ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ ତଥା ଡକ୍ଟରେଟ ଛାତ୍ର ରିଆନ କ୍ଲାଉଟିଅର କହିଛନ୍ତି । କେ୨-୧୮ବିକୁ ପ୍ରଥମେ ୨୦୧୫ରେ ଆବିଷ୍କାର କରାଯାଇଥିଲା । ଏହି ଗ୍ରହରେ ଜଳ ଭଳି ତରଳ ପଦାର୍ଥ ଓ ଜୀବବାସ ଭଳି ପରିବେଶ ରହିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ