ଶିଶୁକନ୍ୟାକୁ ବଳାତ୍କାର, ନାବାଳକ ଥାନାରେ ଅଟକ

.

Copy Editor RKD | Published On: Dec 06, 2017 09:52 PM IST | Updated On: Dec 06, 2017 10:37 PM IST |   215

ଗୁଣପୁର : ଜଣେ ୪ବର୍ଷର ଶିଶୁକନ୍ୟାକୁ ୧୫ବର୍ଷର ନାବାଳକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗକୁ ଭିତ୍ତି କରି ନାବାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ପୁଟାସିଂ ଗ୍ରାମର ଜଣେ ୪ବର୍ଷର ଝିଅ ସାଙ୍ଗମେଳିରେ ଖେଳୁଥିବା ବେଳେ ଜଣେ ନାବାଳକ (୧୫) ଚକଲେଟ ଦେଇ ପ୍ରେଲୋଭିତ କରି କେହି ନଥିବା ସ୍ଥାନକୁ ନେଇ ଯାଇଥିଲା । ସେଠାରେ ଶିଶୁକନ୍ୟାକୁ ବଳାତ୍କାର କରିବାରୁ ଶିଶୁକନ୍ୟାଟି ଚେତାଶୂନ୍ୟ ହୋଇ ପଡି ଯାଇଥିଲା । ତାପରେ ନାବାଳକ ନିକଟସ୍ଥ ଏକ ଘରକୁ ଯାଇ ପାଣି ଆଣି ଶିଶୁକନ୍ୟାକୁ ଦେବାର କିଛି ଘଣ୍ଟା ପରେ ଚେତା ଫେରିଥିଲା । ଗୁରୁତର ଆହତ ଶିଶୁକନ୍ୟା ଘରକୁ ଆସି ସମସ୍ତ ଘଟଣା କହିବା ପରେ ଏସମ୍ପର୍କରେ ନାବାଳକଙ୍କୁ ପଚାରିଥିଲେ । କିଛି ସମୟ ପାଟିତୁଣ୍ଡ ହେବା ପରେ ଆହତ ଝିଅକୁ ପୁଟାସିଂ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଶିଶୁକନ୍ୟାର ବାପା ପୁଟାସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକ୍ରମେ ଗୁଣପୁର ଏସଡିପିଓ ଅଶ୍ୱିନୀ ନାୟକ, ପୁଟାସିଂ ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାହୁ ତଦନ୍ତ କରିଥିଲେ । ନାବାଳକ ଜଣକ ଘଟଣାକୁ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଶିଶୁକନ୍ୟାକୁ ଆଜି ଡାକ୍ତରୀମାଇନା କରାଯାଇଛି । ନାବାଳକକୁ ଆସନ୍ତାକାଲି ରାୟଗଡା ଜୁଭେନାଇଲ ଜେଲକୁ ସ୍ଥାନାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ