ଚର୍ଚ୍ଚାରେ କେଦାରନାଥ ଫିଲ୍ମ, ସାଢ଼େ ୭କୋଟିର ସୁଟିଂ ସେଟ୍

.

Published On: Dec 06, 2017 12:44 PM IST |   360


ଅଭିଷେକ କପୁର ନିର୍ଦେଶିତ ‘କେଦାରନାଥ’ ଚଳଚ୍ଚିତ୍ରକୁ ନେଇ ଗତ କିଛି ମାସ ହେଲା ବଲିଉଡ ଓ ଗଣମାଧ୍ୟମରେ ନାନା କଥା ଉଡ଼ୁଛି। ଏହା ପଛର ମୂଳ କାରଣ ହେଉଛନ୍ତି ଚଳଚ୍ଚିତ୍ରର ଅଭିନେତ୍ରୀ ସାରା ଅଲୀ ଖାନ୍। ସୈଫ୍ ଅଲୀ ଖାନ୍ ଓ ତାଙ୍କ ପୂର୍ବପତ୍ନୀ ଅମୃତା ସିଂହଙ୍କ ଗେହ୍ଲୀ ଝିଅ ସାରାଙ୍କ କ୍ୟାରିୟରର ମୂଳଦୁଆ ଏହି ଚଳଚ୍ଚିତ୍ରରେ ପଡ଼ିବାକୁ ଯାଉଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ସୁଟିଂ ଶେଷ ହୋଇଥିବାବେଳେ ଦ୍ବିତୀୟ ଭାଗର ସୁଟିଂ ମୁମ୍ବଇର ଏକ ଷ୍ଟୁଡିଓରେ ଆରମ୍ଭ ହେବାକୁ ଯାଉଥିବାର ପ୍ରକାଶ। ସାରାଙ୍କ ସହ ଅନ୍ୟତମ ମୁଖ୍ୟ କଳାକାର ଭାବେ ସୁଶାନ୍ତ ସିଂ ରାଜପୁତ୍ ଦେଖାଦେବେ। ଦ୍ବିତୀୟ ଭାଗର ସୁଟିଂ ନିମନ୍ତେ ଉତ୍ତରାଖଣ୍ଡର ବନ୍ୟା ଅଞ୍ଚଳ ଦୃଶ୍ୟପଟରେ ରହିବ ବୋଲି ଜଣାପଡ଼ିଛି। ପ୍ରଯୋଜକ ପ୍ରେରଣା ଅରୋରା ଓ ଅର୍ଜୁନ କପୁର ଉଭୟ ଏଥିନିମନ୍ତେ ସାଢ଼େ ୭କୋଟି ଟଙ୍କାର ସୁଟିଂ ସେଟ୍ ନିର୍ମାଣ କରୁଥିବାର ପ୍ରକାଶ। ପ୍ରେମକାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଦୃଶ୍ୟପଟକୁ ଜୀବନ୍ତ କରିବା ନିମନ୍ତେ ସିନେୟୁନିଟ୍ ତରଫରୁ ଯଥାସାଧ୍ୟ ଚେଷ୍ଟା କରାଯାଉଛି। ମିଳିଥିବା ଖବର ଅନୁସାରେ ବଡ଼ବଡ଼ ପାଣି ଟାଙ୍କି ଏହି ବନ୍ୟା ସୁଟିଂ ନିମନ୍ତେ ବ୍ୟବହାର କରାଯିବ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ