୪ ଗିରଫ: ପିସ୍ତଲ, ଗୁଳି ଓ ବାଇକ ଜବତ

ଡକାୟତ ଯୋଜନା ପଣ୍ଡ

Copy Editor AH | Published On: Dec 06, 2017 02:05 AM IST | Updated On: Dec 06, 2017 02:15 AM IST |   264

କଟକ : ସହରରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ଆତଙ୍କରାଜ ସୃଷ୍ଟି କରିଆସୁଥିବା ଏକ ଅପରାଧୀ ଗ୍ୟାଙ୍ଗର ୪ଜଣଙ୍କୁ କଟକ କମିଶନରେଟ ପୁଲିସ ଗିରଫ ସମର୍ଥ ହୋଇଛି। ଧରାପଡିଥିବା ଦଳରେ ଜଣେ ସାର୍ପସୁଟର ରହିଛି। ଧରାପଡିଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ଗଣେଶ ଦାସ(୨୧), ପଣ୍ଡା ଓରଫ ରବିନ୍ଦ୍ର ସ୍ୱାଇଁ(୨୫), ବଡ଼ମ୍ବା ଗୋପାଳପୁର ଅଞ୍ଚଳର ଅଭୟ ଓରଫ ଶ୍ରୀକାନ୍ତ ବେହେରା (୩୫), ରାଣୀହାଟ ଶଗଡ଼ିଆସାହିର ରାଜେନ୍ଦ୍ରନାଥ(୨୦)। ସୋମବାର ବିଳମ୍ବିତ ରାତିରେ ଏକ ଅପରାଧୀ ଦଳ ମଙ୍ଗଳାବାଗ ଥାନା ଅଞ୍ଚଳରେ ବସି ଏକ ସୁନା ଦୋକାନରୁ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଦୁଇଟି ୭.୬୫ଏମଏମ ପିସ୍ତଲ,୨ ରାଉଣ୍ଡ ଗୁଳି,୨ଟି ବାଇକ, ଗୋଟିଏ ଭୁଜାଲି ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଘଟଣାସ୍ଥଳରୁ ଦଳର ଅନ୍ୟ ଜଣେ ସଦସ୍ୟ ଖସି ପଳାଇଯିବାରେ ସକ୍ଷମ ହୋଇଥିବା ଡିସିପି ଅଖିଳେଶ୍ୱର ସିଂହ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂୂଚନା ଦେଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ସହରରେ କିଛିଦିନ ଧରି ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଥିଲା। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା। ୨୩ ତାରିଖରେ ବଜ୍ରକବାଟି ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ବାଇକ୍‌ ଚୋରି ହୋଇଯିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଗତକାଲି ରାତିପ୍ରାୟ ୧୨ଟାରେ ୫ଜଣ ଯୁବକ ଯୋବ୍ରା ଅଞ୍ଚଳରେ ଥିବା ନୌବାଣିଜ୍ୟ ସଂଗ୍ରାହଳୟ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବସି ଏକ ସୁନା ଦୋକାନରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ମଙ୍ଗଳାବାଗ ଥାନା ଅଧିକାରୀ ଅରୁଣକୁମାର ସ୍ୱାଇଁ ଏକ ବିଶ୍ୱସ୍ତ ଖବର ପାଇଥିଲେ। ଇନ୍ସପେକ୍ଟର ଶ୍ରୀ ସ୍ୱାଇଁ ଓ ଅନ୍ୟ ଅଫିସର ସଦଳବଳସଦଳବଳ ଘଟଣାସ୍ଥଳ ଉପରେ ଚଢଉ କରି ୪ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇଯାଇଥିଲା। ସମସ୍ତଙ୍କୁ ଯାଞ୍ଚ କରାଯିବା ପରେ ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି, ଭୁଜାଲିି ଓ ମୋବାଇଲ ଫୋନ ସହିତ ଘଟଣାସ୍ଥଳରୁ ଦୁଇଟି ବାଇକ ଜବତ କରାଯାଇଥିଲା। ଜବତ ବାଇକ ମଧ୍ୟରେ ବ୍ରଜକବାଟିରୁ ଚୋରି ବାଇକ ରହିଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ଓ କଟକର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ତଦନ୍ତରୁ ଜଣାପଡିଛି। ୪ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଇନ୍ସପେକ୍ଟର ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ