ଦାନ ମାଝି କିଣିଲେ ବାଇକ

ଦାନ ମାଝି କିଣିଲେ ବାଇକ

Copy Editor AH | Published On: Dec 06, 2017 01:38 AM IST |   1146

ଭବାନୀପାଟଣା : ନିଜ ମୃତ ସ୍ତ୍ରୀକୁ କାନ୍ଧରେ ବୋହି ଘରକୁ ଫେରି ବହୁ ଚର୍ଚ୍ଚିତ ଦାନ ମାଝି ମଙ୍ଗଳବାର ଏକ ହୋଣ୍ଡା ସାଇନ ବାଇକ୍‌ କିଣିଛନ୍ତି । ମଙ୍ଗଳବାର ଦାନ ମାଝି ତାଙ୍କର ଜଣେ ବନ୍ଧୁଙ୍କ ସହ ଥୁଆମୂଳରାମପୁର ବ୍ଳକର ଅନ୍ତର୍ଗତ ନାକରୁଣ୍ଡି ପଞ୍ଚାୟତର ମେଲଘରା ଗ୍ରାମରୁ ଭବାନୀପାଟଣାକୁ କୁକୁଡ଼ା ଗାଡ଼ିରେ ଆସିଥିଲେ । ଅଟୋରେ ହୋଣ୍ଡା ଶୋ ରୁମ୍‌କୁ ଯାଇଥିଲେ । ସେଠାରୁ ସେ ହୋଣ୍ଡା ସାଇନ ବାଇକ କିଣିଥିବା ଜଣାଯାଇଛି । ସେ ବାଇକ ଚଳାଇ ଗାଁକୁ ଫେରିଥିଲେ । ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏ ସବୁ ମୋ’ ସ୍ତ୍ରୀର ଆଶୀର୍ବାଦ ବୋଲି କହିଥିଲେ । ଉଲ୍ଲେଖନୀୟ ଯେ ଭବାନୀପାଟଣାରୁ ୬୦ କିମି ଦୂରରେ ଦାନ ମାଝିଙ୍କ ଗାଁ ମେଲଘରା । ତାଙ୍କ ସ୍ତ୍ରୀ ଅମାଙ୍ଗ ଦେଇ ମାଝି ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ୨୦୧୬ ଅଗଷ୍ଟ ୨୩ରେ ତାଙ୍କ ଝିଅ ଚାନ୍ଦିନୀ ମାଝି ସହ ଆସି ଭବାନୀପାଟଣା ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅମାଙ୍ଗଙ୍କ ମୃତୁ୍ୟ ହେବା ପରେ ସେ ତାଙ୍କୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ