ବୁଧବାର ରାଶିଫଳ

ବୁଧବାର ରାଶିଫଳ

Copy Editor AH | Published On: Dec 06, 2017 01:10 AM IST |   1935

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ । ପ୍ରସନ୍ନ ଚିତ୍ତ ହେବେ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦରେ ବିଜୟୀ ହେବେ । ବୃଷ: ବିନା ପରାମର୍ଶରେ କାର୍ଯ୍ୟ କରିବା ଅସମ୍ଭବ ହୋଇପାରେ । ତଥାପି ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ସହନଶୀଳ, ମଧୁରଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ଓ ମିତ୍ର ସ୍ନେହୀ ହେବେ । ମିଥୁନ: ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟ ଓ ସହାନୁଭୂତି ମିିଳିବ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତିା ଶକ୍ତିଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ଓ ବ୍ୟବସାୟମୁଖୀ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ଅନ୍ୟାୟସରେ ଧନଲାଭ ହେବ । କର୍କଟ: ପରିଶ୍ରମ ଅତ୍ୟଧିକ ହେବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କଫରେ ପୀଡ଼ିତ ହେବାର ଜଣା ପଡୁଛି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ, ନେତ୍ରରୋଗୀ ଓ ମଧୁର ଭାଷୀ ହେବେ । ଅଧିକ ଖର୍ଚ୍ଚାନ୍ତ ହେବେ । ସିଂହ: ଆୟ ପରିମାଣ ବୃଦ୍ଧି ପାଇବ । ସୁସ୍ଥ ରହିବେ । ଯଶସ୍ୱୀ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନଲାଭ ହୋଇପାରେ । ଯାନ-ବାହନ ଓ ଗୃହ ସୁଖ ମିଳିବ । କନ୍ୟା: ଦାୟିତ୍ୱ ବଢ଼ିବ । ଅଧିକାର ସାବ୍ୟସ୍ତ କରିପାରନ୍ତି । ସ୍ୱଳ୍ପ ଆୟ ହେବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବ୍ୟବସାୟୀ ହେବେ । ଯଶସ୍ୱୀ ହେବେ । ତୁଳା: ବନ୍ଧୁମେଳରେ ଦିନ ବିତିବ । ସେବା ପୂଜାପ୍ରତି ଅଧିକ ଧ୍ୟାନ ଦେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ ଓ ସମ୍ପତ୍ତିବାନ ହେବେ । ବିଛା: ଭୋଜନାଦିରେ ତୃପ୍ତିଲାଭ କରିପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଜଳଯାତ୍ରାରେ ବିପଦ ଅଛି । ସହଯୋଗୀ ବ୍ୟବସାୟରେ ଲାଭବାନ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଧନୁ: ନୂତନ ସ୍ଥାନ କିଣିପାରନ୍ତି । ଆତ୍ମସନ୍ତୋଷ ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ମକର: ଶ୍ରତୁ ଉପଦ୍ରବ୍ୟ ଅନୁଭବ କରିବେ । ବଦ ଖର୍ଚ୍ଚୀ ହେବେ । ଚକ୍ଷୁରେ ପୀଡ଼ା ଅନୁଭବ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଢ଼େର ସୁନାମର ଅଧିକାରୀ ହେବେ । କୁମ୍ଭ: କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ । ଅସହଯୋଗୀଙ୍କୁ ଉଚିତ ଜବାବ୍‌ ଦେବେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ । ମୀନ: କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । କଳହଠାରୁ ଦୂରେଇ ରହିବାକୁ ଇଚ୍ଛା କରିବେ । ଉଦାର ସ୍ୱଭାବ ଓ ଦାନଶୀଳ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମକାରୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ