ବାଲିଗୁଡା ଜଗନ୍ନାଥ ମନ୍ଦିର ହସ୍ତାନ୍ତରକୁ ନେଇ କନ୍ଧମାଳ ବନ୍ଦ

.

Published On: Dec 05, 2017 05:33 PM IST |   149

 

କନ୍ଧମାଳ: ବାଲିଗୁଡା ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥାକୁ ବିବାଦ ପୁଣି ମୁଣ୍ଡ ଟେକିଛି । ମନ୍ଦିରର ପରିଚାଳନା ଭାର ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯିବାକୁ ନେଇ ମଙ୍ଗଳବାର କନ୍ଧମାଳ ଜିଲାରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଆହ୍ବନ ଦିଆଯାଇଥିଲା। ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିବା ବେଳେ ଗାନ୍ଧି ଛକ ନିକଟରେ ବିକ୍ଷୋଭକାରୀମାନେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଏହି ଘଟଣାରେ ବିଶ୍ବହିନ୍ଦୁ ପରିଷଦ ପରେଶ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି । ଏହି ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ଏକ ଟିମ୍ କନ୍ଧମାଳ ଯାଇ ଜିଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି ।


ସୂଚନାଯୋଗ୍ୟ, ବାଲିଗୁଡା ଜଗନ୍ନାଥ ମନ୍ଦିର ପରିଚଳାନକୁ ନେଇ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଗୋଟିଏ ଗୋଷ୍ଠୀ ଏହି ମାମଲାକୁ ନେଇ ଦେବୋତ୍ତର ବିଭାଗର ଦ୍ବାରସ୍ଥ ହୋଇଥିଲେ । ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୨୮ ତାରିଖରେ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ଵ ଏକ ଟ୍ରଷ୍ଟିକୁ ଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିଶ୍ବ ହିନ୍ଦୁ ପରିଷଦ ବିରୋଧ କରିବା ସହ ଏହାକୁ ଅବୈଧ ଦର୍ଶାଇଥିଲେ ।  ଯାହାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କନ୍ଧମାଳ ବନ୍ଦ ଡାକରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।