ଫୁଲବାଣୀରେ ପ୍ରଚଣ୍ଡ ଜାଡ଼

ଫୁଲବାଣୀର ପାରଦ ୭ଡ଼ିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୮

Copy Editor AH | Published On: Dec 05, 2017 06:30 AM IST |   366

ଭୁବନେଶ୍ୱର : ଆସନ୍ତା ୭୨ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷାର ସମ୍ଭାବନା ଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ରାଜ୍ୟର ୪ଟି ସ୍ଥାନର ପାରଦ ୧୦ଡ଼ିଗ୍ରୀ ତଳକୁ ଖସିଛି। ଫୁଲବାଣୀର ପାରଦ ୭ଡ଼ିଗ୍ରୀକୁ ଖସିଥିବାବେଳେ ଦାରିଙ୍ଗବାଡ଼ିରେ ୮, କେନ୍ଦୁଝରରେ ୮.୯ ଏବଂ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୯.୧ଡ଼ିଗ୍ରୀ ସେଲସିୟସ ଥିବା ରେକର୍ଡ଼ କରାଯାଇଛି। ଦକ୍ଷିଣ, ପଶ୍ଚିମ ଓ ଉପକୂଳରେ ପ୍ରଚଣ୍ଡ ଶୀତ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଅନୁଗୋଳ, ଭବାନିପାଟଣା ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ଢ଼େଙ୍କାନାଳରେ ୧୧ରୁ ୧୨ଡ଼ିଗ୍ରୀ ମଧ୍ୟରେ ରହିଛି। ୧୦ଟି ସ୍ଥାନରେ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ୧୬ଟି ସ୍ଥାନରେ ୧୩ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗତ ୨୪ଘଣ୍ଟା ମଧ୍ୟରେ ପାରଦ ୧୨.୪ଡ଼ିଗ୍ରୀକୁ ଖସିଛି। ଚଳିତ ଶୀତ ଋତୁରେ ଏ ପର୍ଯ୍ୟନ୍ତ ରାଜଧାନୀରେ ଏହା ସବୁଠୁ ନିମ୍ନତମ ତାପମାତ୍ରା। ସେହିପରି କଟକରେ ମଧ୍ୟ ପାରଦ ୧୨ରୁ ୧୩ ଭିତରେ ରହିଛି।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।