ଜଗା ଚାଲିଲା; ଚାହିଁଲା କାଳିଆ

ଜଗା ଚାଲିଲା; ଚାହିଁଲା କାଳିଆ

Copy Editor AH | Published On: Dec 05, 2017 01:21 AM IST | Updated On: Dec 05, 2017 01:30 AM IST |   896

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀରେ ଚିକିତ୍ସିତ କନ୍ଧମାଳ ଫିରିଙ୍ଗିଆର ମୁଣ୍ଡଯୋଡ଼ା ଶିଶୁ ଜଗା ସୋମବାର ମା’ ହାତ ଧରି ଚାଲିବା ଆରମ୍ଭ କରିଛି। ଅନ୍ୟପକ୍ଷରେ ତା’ର ଭାଇ କାଳିଆ ଭେଣ୍ଟିଲେଟରରୁ କଢାଯିବା ପରେ ପ୍ରଥମଥର ପାଇଁ ଆଖି ଖୋଲିଛି। ରବିବାର ଜଗା ଏକ ୱାକର ଜରିଆରେ ଚାଲୁଥିବା ଦେଖିବାକୁ ମିଳିଥିଲାବେଳେ ଆଜି ମା’ ସାହାଯ୍ୟରେ ଚାଲିବା ଡାକ୍ତରୀ ଦଳଙ୍କୁ ଆନନ୍ଦିତ କରିଛି। କାଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଧୀରେ ଧୀରେ ଏବେ ସୁଧାର ଆସିଛି। ନଭେମ୍ବର ୨୪ ତାରିଖରୁ କାଳିଆକୁ ଜୀବନରକ୍ଷାକାରୀ ଯନ୍ତ୍ର ଭେଣ୍ଟିଲେଟରରୁ ବାହାର କରାଯାଇଥିଲେ ମଧ୍ୟ ସେ ପ୍ରଥମଥର ଲାଗି ସୋମବାର ଆଖି ଖୋଲି ଜୁଳୁ ଜୁଳୁ କରି ଚାହିଁଥିଲା। ଅକ୍ଟୋବର ୨୫ ତାରିଖରେ ୨୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦୀର୍ଘ ୧୮ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଉଭୟ ମୁଣ୍ଡଯୋଡ଼ା ଶିଶୁଙ୍କୁ ଅଲଗା କରିଥିଲେ। ଅପରେସନ୍‌ ପରଠୁ ଜଗା ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିବାବେଳେ କାଳିଆର ବାତ ଥିବାରୁ ଧୀମେଇ ଯାଇଥିଲା।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ