ମଙ୍ଗଳବାର ରାଶିଫଳ

ମଙ୍ଗଳବାର ରାଶିଫଳ

Copy Editor AH | Published On: Dec 05, 2017 12:38 AM IST |   1783

ମେଷ: ଉଚ୍ଚ ଆଶା ଫଳବତୀ ହେବ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେଇ ପାରେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ସ୍ତରରୁ ଲାଭ ପାଇବେ । ବୃଷ: ଆଲୋଚନାରତ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତିଜ୍ଞ ଭାବେ ଲୋକ ସଂପର୍କ ବୃଦ୍ଧି ହେବ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳ ମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ ହେବେ । ସହିଷ୍ଣୁ ହୋଇପାରନ୍ତି । ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । କର୍କଟ: ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହେବେ । ପୂଜାର୍ଚ୍ଚନାରେ ଆଶ୍ୱସ୍ତ ହୋଇପାରନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବେ । ମିଷ୍ଟଭାଷୀ ଭାବେ ଜନସାଧାରଣଙ୍କଠାରୁ ଆଦର ମିଳିବ । ସିଂହ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । କନ୍ୟା: ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ । ଶୁଭ ଖବର ପାଇ ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆଥିôର୍କ କ୍ଷେତ୍ର ସ୍ୱଚ୍ଛଳ ରହିପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । ତୁଳା: ଗାଡ଼ି ମଟର ବ୍ୟବହାର ସତର୍କତା ଲୋଡ଼ା । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦୁପଯୋଗ କରିବେ । ସତ୍‌ସଙ୍ଗୀ ହୋଇପାରନ୍ତି । ଭକ୍ତି ଗାଥା ଶୁଣିବାରେ ମଗ୍ନ ହେବେ । ବିଛା: ଜଞ୍ଜାଳରୁ ମୁକ୍ତି ମିଳିବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅର୍ଥ ଟାଣଟୁଣ ରହିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରାରୁ ଓହରିଯିବା ଭଲ । ଅଷ୍ଟମ ଚନ୍ଦ୍ର ଯୋଗୁଁ ପୂରାପୂରି ସତର୍କ ରହିବେ । ଧନୁ: ବନ୍ଧୁମେଳରେ ସମୟ ଅତିବାହିତ ହେବ । ସୁଖକର ଘଟଣାମାନ ଘଟିବ । କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ରୁଚିକର ପ୍ରୀତିଭୋଜନ ମିଳିପାରେ । ମକର: ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ଶତ୍ରୁମାନଙ୍କ ମୁକାବିଲା କରି ବିଜୟୀ ହେବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ସମାଚାର ପାଇ ଖୁସି ହେବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ । କୁମ୍ଭ: ଆଶାବାଦୀ ହେବେ । ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ ସମ୍ବାଦ ପାଇ ପ୍ରୀତ ହୋଇପାରନ୍ତି । ଦିନଟି ମଧ୍ୟମ ଧରଣର । ପାରିବାରିକ ଜୀବନ ସୁଖପ୍ରଦ ହେବ । କର୍ମ ଚଞ୍ଚଳ ରହିବେ । ଉଦ୍ୟମୀ ହେବେ । ମୀନ: ନିଜକୁ କଳହମୁକ୍ତ ରଖିଲେ ଆଦରଣୀୟ ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । କୃଷିରୁ ଲାଭବାନ୍‌ ହେବେ । ଧର୍ମ ପରାୟଣ ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ