ତ୍ୱିରିତ ଟିପ୍ପଣୀ : ରାହୁଲଙ୍କ ପାଇଁ କଡ଼ା ପରୀକ୍ଷା ଗୁଜୁରାଟ ନିର୍ବାଚନ

ତ୍ୱିରିତ ଟିପ୍ପଣୀ : ରାହୁଲଙ୍କ ପାଇଁ କଡ଼ା ପରୀକ୍ଷା ଗୁଜୁରାଟ ନିର୍ବାଚନ

Copy Editor RKD | Published On: Dec 04, 2017 07:57 PM IST | Updated On: Dec 04, 2017 08:00 PM IST |   546

ମହେଶ ଶର୍ମା : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଫଳରେ ଅଧ୍ୟକ୍ଷ ପଦରେ ରାହୁଲଙ୍କ ନିର୍ବାଚନ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି । ଏଭଳି ସ୍ଥିତିରେ ଅଧ୍ୟକ୍ଷ ପଦରେ ରାହୁଲଙ୍କ ନିର୍ବାଚନ ସମୟର ଆବଶ୍ୟକତା ଏବଂ ସହଜ ମନହେଉଥିବା ସୁଯୋଗ ଭଳି ଲାଗୁଛି । ଗାନ୍ଧି-ନେହରୁ ପରିବାରର ପଞ୍ଚମ ପିଢିର ଷଷ୍ଠ ସଦସ୍ୟ ଭାବେ ସୋନିଆ ଗାନ୍ଧିଙ୍କ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରେ ଅଭିଷକ୍ତ ହେବେ । ଦଳର ଐତିହାସିକ ଏବଂ ରାଜନୈତିକ ଶାସନଭାର ଗ୍ରହଣ କରିବା ପରେ ରାହୁଲ ଡିସେମ୍ବର ୫ରୁ ପୁଣିରେ ଗୁଜୁରାଟ ନିର୍ବାଚନ ଅଭିଯାନରେ ବାହାରି ପଡିବେ । ଗୁଜୁରାଟରେ କଂଗ୍ରେସ ବିଜୟ ଲାଭ କଲେ ରାହୁଲଙ୍କ ନେତୃତ୍ୱ ପ୍ରତି ନେତା ଓ କର୍ମୀଙ୍କ ସମ୍ମାନ ଅଧିକ ବୃଦ୍ଧି ପାଇବା ସହ କର୍ମୀ ବହୁମାତ୍ରାରେ ଉତ୍ସାହିତ ହେବେ । ଫଳରେ ମାତ୍ର ୬ ରାଜ୍ୟରେ ସୀମିତ ଥିବା କଂଗ୍ରେସ ସାରା ଦେଶରେ ନିଜର କାୟା ବିସ୍ତାର କରିବାର ଆଶା ଉଜ୍ଜିବିତ ହେବ । କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ନାମାଙ୍କନପତ୍ର ଦାଖଲ କରିବା ପରେ ସାଧାରଣ ଜନତାଙ୍କ ମନରେ ୨ଟି ପ୍ରଶ୍ନ ଉଙ୍କି ମାରିଛି । ପ୍ରଥମରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଏହାର କ’ଣ ପ୍ରଭାବ ପଡ଼ିବ ? ଦ୍ୱିତୀୟରେ ଏବେ ସୋନିଆ ଗାନ୍ଧି କ’ଣ କରିବେ ? । ପ୍ରଥମ ପ୍ରଶ୍ନର ଉତ୍ତର ଭାବେ ବର୍ତ୍ତମାନ ଗୁଜୁରାଟରେ କଂଗ୍ରେସ ହଠାତ୍‌ ସକ୍ରିୟ ହୋଇ ଉଠିବାକୁ ନିଆଯାଇପାରେ । ରାହୁଲ ସେଠାରେ ପହଞ୍ଚି ନିର୍ବାଚନ ପ୍ରଚାର ଭାର ନେବା ପରେ କଂଗ୍ରେସ ଏକପ୍ରକାର ସକ୍ରିୟ ହୋଉଠିଛି । ଏହାପୂର୍ବରୁ ଗୁଜୁରାଟରେ କଂଗ୍ରେସ ଶୀଥିଳ ଅବସ୍ଥାରେ ଥିଲା । ସେ ଗୁଜୁରାଟରେ ଏକ କଂଗ୍ରେସ ଯୁକ୍ତ ପରିବେଶ ସୃଷ୍ଟି କରିପାରିଛନ୍ତି । ଭିନ୍ନ ସମ୍ପ୍ରଦାୟର ୩ ଜଣ ଯୁବ ନେତା ହାର୍ଦିକ ପଟେଲ, ଜିଗ୍ନେଶ ଏବଂ ଆଲପେଶ ଠାକୋରଙ୍କୁ ଏକାଠି କରି କଂଗ୍ରେସ ସହ ସାମିଲ କରାଇବାରେ ରାହୁଲ ସଫଳ ହୋଇଛନ୍ତି । ଏହା କଂଗ୍ରେସରେ ରାହୁଲଙ୍କ ନେତୃତ୍ୱ ସହ ରାଜନୈତିକ ଦକ୍ଷତାକୁ ସାବ୍ୟସ୍ତ କରିଛି । ତେବେ ରାହୁଲ ଗାନ୍ଧିଙ୍କ ରାଜନୀତି, ରଣନୀତି ଏବଂ କୂଟନୀତି ଗୁଜୁରାଟ ନିର୍ବାଚନରେ କେତେମାତ୍ରାରେ କଂଗ୍ରେସ ପାଇଁ ସହାୟକ ହେଉଛି ତାହା ମତଦାନ ପରେ ଜଣାପଡିବ । ମାତ୍ର ୩ ଦଳିତ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ରାହୁଲ ଏକ ବଡ଼ ବାର୍ତ୍ତା ଦେଇଛନ୍ତି । ରାହୁଲଙ୍କୁ କଂଗ୍ରେସରେ ଧର୍ମନିରପେକ୍ଷତାର ପ୍ରକୃତ ଚେହେରା ଭାବେ ଦେଖାଯାଏ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଛବି ସଂଖ୍ୟାଲଘୁ ସମର୍ଥିତ ହୋଇଯାଇଥିଲା । କଂଗ୍ରେସ ବହୁସଂଖ୍ୟକଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହେଉଥିଲା । ରାହୁଲ ଗାନ୍ଧି ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ ମନ୍ଦିର ବୁଲି ପୂଜାର୍ଚ୍ଚନା କରିବାରୁ ଏକ ନୂଆ ବାର୍ତ୍ତା ଯାଇଥିଲା । ତାଙ୍କୁ ଧର୍ମନିରପେକ୍ଷତାର ଚମ୍ପିଅନ ବୋଲି କୁହାଗଲା । ନିଜ ପରିବର୍ତ୍ତିତ ଛବି ସହ ଗୁଜୁରାଟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ରାହୁଲଙ୍କ କାନ୍ଧରେ କଂଗ୍ରେସର ବିଜୟ ଭାର ରହିଛି । ଏବେ ନିର୍ବାଚନ ମୋଦି ବନାମ ରାହୁଲ ହୋଇସାରିଛି । ଗୁଜୁରାଟରେ ବିଜେପି ନୁହେଁ ମୋଦି ଲଢୁଛନ୍ତି । ଗୁଜୁରାଟର ପସନ୍ଦ ବିଜେପି ନହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧିଙ୍କ ନାମାଙ୍କନପତ୍ର ଦାଖଲ ଦ୍ୱାରା ଗୁଜୁରାଟ ନିର୍ବାଚନରେ ସକରାତ୍ମକ ପ୍ରଭାବ ପଡ଼ି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରକାଶ ଜୟଶୱାଲ କହିଛନ୍ତି । ବେପାରୀଙ୍କ ରାଜ୍ୟ ଭାବେ ପରିଚିତ ଗୁଜୁରାଟରେ ଅର୍ଥନୀତିର ମୂଲ୍ୟ ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ଜିଏସ୍‌ଟି, ବିମୁଦ୍ରାୟନ ଏବଂ ମୋଦିଙ୍କ ଅନ୍ୟ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଛନ୍ତି । ନିର୍ବାଚନରେ ଏହାର ଏକ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ପ୍ରଶ୍ନ ଯେ ଏବେ ସୋନିଆ ଗାନ୍ଧି କ’ଣ କରିବେ ? ରାହୁଲଙ୍କୁ ଅଧ୍ୟକ୍ଷ ପଦ ଦେଇ ସୋନିଆ ଗାନ୍ଧି ଦ୍ୱିତୀୟ ବଡ଼ ତ୍ୟାଗ କରିଛନ୍ତି ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପଦ ଛାଡି ସୋନିଆ ପ୍ରଥମ ତ୍ୟାଗ କରିଥିଲାବେଳେ ଅଧ୍ୟକ୍ଷ ପଦ ଛାଡ଼ି ଦ୍ୱିତୀୟ ତ୍ୟାଗ କରିଛନ୍ତି । କଂଗ୍ରେସର ଅଧ୍ୟକ୍ଷ ଭାବେ ସୋନିଆ ସର୍ବାଧିକ ୧୯ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବାର ରେକର୍ଡ କରିଛନ୍ତି । ସୋନିଆ ଏବେ ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ସନ୍ୟାସ ନ ନେଇ ସଂସଦରେ ଏକ ବରିଷ୍ଠ ସଦସ୍ୟ ଭାବେ ବସିଲେ ଦଳର ସମ୍ମାନ ବଢିବ ବୋଲି ଅନେକ ଦଳୀୟ ନେତା ମତବ୍ୟକ୍ତ କରିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ