ଏସିଡ୍‌ ପିଇ ବିବାହିତା ଗୁରୁତର

ଏସିଡ୍‌ ପିଇ ବିବାହିତା ଗୁରୁତର

Copy Editor AH | Published On: Dec 04, 2017 02:05 AM IST | Updated On: Dec 04, 2017 02:48 AM IST |   306

ବିଷମ କଟକ: ଚନ୍ଦ୍ରୁର ଥାନା ହନୁମନ୍ତପୁର ଗ୍ରାମର ଜଣେ ବିବାହିତା ରବିବାର ସନ୍ଧ୍ୟାରେ ଏସିଡ୍‌ ପାନ କରି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ନାମ ମାମପି ବିଶ୍ୱାସ, ବୟସ ୧୮ ବୋଲି ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ସେ କୌଣସି କାରଣରୁ ଘରେ ରଖାଯାଇଥିବା କାର୍ବୋଲିକ ଏସିଡ୍‌ ପିଇ ଦେଇଥିଲେ । ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ମୁନିଗୁଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସାଂଘାତିକ ହେବାରୁ ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଜଣକ ସଜ୍ଞାହୀନ ଥିବା ଯୋଗୁଁ ସେ କେଉଁ କାରଣ ଯୋଗୁଁ ଏସିଡ୍‌ ପିଇଦେଲେ ତାହା ଜଣାପଡ଼ୁନାହିଁ । ବିଷମକଟକ ପୁଲିସ ହସ୍ପିଟାଲରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।