କଂଗ୍ରେସ ସଭାପତି ନିର୍ବାଚନ : ରାହୁଲ ଏକମାତ୍ର ପ୍ରାର୍ଥୀ !

କଂଗ୍ରେସ ସଭାପତି ନିର୍ବାଚନ : ରାହୁଲ ଏକମାତ୍ର ପ୍ରାର୍ଥୀ

Copy Editor AH | Published On: Dec 03, 2017 11:09 PM IST |   580

ନୂଆଦିଲ୍ଲୀ : ଚଳିତମାସ ୧୬ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ରାହୁଲ ଗାନ୍ଧି ଏହି ପଦ ପାଇଁ ଏକମାତ୍ର ପ୍ରାର୍ଥୀଭାବେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ସୋନିଆ ଗାନ୍ଧି, ମନମୋହନ ସିଂହ, ଗୁଲାମନବୀ ଆଜାଦ, ଅହମ୍ମଦ ପଟେଲ ଓ ଏ.କେ.ଆଣ୍ଟୋନିଙ୍କ ସମେତ କଂଗ୍ରେସ ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ରାହୁଲଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ । ରାଜ୍ୟ କଂଗ୍ରେସ ୟୁନିଟ୍‌ ଗୁଡିକୁ ୯୦ଟି ନାମାଙ୍କନ ପତ୍ର ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଫଳରେ ରାହୁଲ ନିଦ୍ୱନ୍ଦ୍ୱର୍ରେ କଂଗ୍ରେସ ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସୂଚନାଯୋଗ୍ୟ ସୋନିଆ ଗାନ୍ଧି ଆଜକୁ ଦୀର୍ଘ ୧୯ ବର୍ଷ ଧରି ସଭାପତି ଦାୟିତ୍ୱ ତୁଲାଇ ଆସୁଥିବାବେଳେ ରାହୁଲଙ୍କ ପାଇଁ ଏହି ପଦ ଛାଡୁଥିବା ପ୍ରକାଶ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ