ଆନ୍ଧ୍ରରେ ବାଇକ୍‌ ଦୁର୍ଘଟଣା : ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଆନ୍ଧ୍ରରେ ବାଇକ୍‌ ଦୁର୍ଘଟଣା : ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Copy Editor AH | Published On: Dec 02, 2017 11:13 PM IST | Updated On: Dec 02, 2017 11:44 PM IST |   163

ରାୟଗଡ଼ା : ଆନ୍ଧ୍ରରେ ଏକ ବାଇକ୍‌ ଦୁର୍ଘଟଣାରେ ଓଡ଼ିଶାର ତିନିଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ରାୟଗଡ଼ା ଜିଲା କୋଲନାରା ବ୍ଲକରୁ ତିନିଜଣ ଦାଦନ ଶ୍ରମିକ ମହେଶ ହେପରିକା, ରାଜେଶ କାଡ୍ରାକା ଓ ଗୋବିନ୍ଦ ମାଣ୍ଡାଙ୍ଗି ଆନ୍ଧ୍ରର ପଶ୍ଚିମ ଗୋଦାବରୀ ଜିଲାକୁ ଯାଇଥିଲେ। କୋଲା ବ୍ଲକର ଜକ୍ରମ ଗ୍ରାମରେ ଏକ ବାଇକରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକମାନେ ଉକ୍ତ ଗ୍ରାମର ଏକ ଚିଙ୍ଗୁଡ଼ି କାରଖାନାରେ କାର୍ଯ୍ୟ କରି ଦୁଇମାସ ତଳେ ଛାଡ଼ି ବର୍ତ୍ତମାନ ସେଠାରେ ମାଛ ଚାଷ ହେଉଥିବା ଏକ ପୋଖରୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମୃତକଙ୍କ ମଧ୍ୟରୁ ମହେଶ ହେପରିକର ଗ୍ରାମ ମୁକୁନ୍ଦପୁର ପଞ୍ଚାୟତ ଗରଡ଼ପଦରରେ ହୋଇଥିବାବେଳେ ରାଜେଶ କାଡ୍ରାକାର ଘର କାଙ୍କୁବାଡ଼ି ଓ ଗୋବିନ୍ଦ ମାଣ୍ଡିର ଘର ବାଙ୍କିଲି ବୋଲି ଜଣାପଡ଼ିଛି। ସେମାନଙ୍କ ମୃତ୍ୟୁ ଖବର ରାୟଗଡ଼ାରେ ପହଞ୍ଚିବା ପରେ ଉକ୍ତ ଗ୍ରାମକୁ ଜିଲା ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଟୁଡୁ ଗସ୍ତ କରିଛନ୍ତି। ସେଠାକାର ଚିକିତ୍ସାଳୟରେ ମୃତକଙ୍କ ଶବ ରଖାଯାଇଛି।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।