ଭାରତୀୟ ଡାକ୍ତରଙ୍କ ଉପରେ ଫେସବୁକ୍ ପ୍ରସ୍ତୁତ କଲା ପ୍ରାମାଣିକ ଚଳଚ୍ଚିତ୍ର

.

Published On: Dec 02, 2017 02:03 PM IST |   1798

କିଛି ଦିନତଳର ହିଁ ଘଟଣା। ନାଗପୁରର ଜନୈକ ଡାକ୍ତର ବିପିନ ଖାଡସେ ଚଳନ୍ତା ରେଳରେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇ ଚର୍ଚ୍ଚା ପରିସରକୁ ଆସିଥିଲେ। ଭାରତୀୟ ଗଣମାଧ୍ୟମ ସହ ବିଦେଶରେ ମଧ୍ୟ ଘଟଣାଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫେସବୁକ୍ ସହାୟତାରେ ନିଜ ବରିଷ୍ଠ ଡାକ୍ତର ଗୋଷ୍ଠୀଙ୍କ ସହ ପରାମର୍ଶ କରି ବିପିନ୍ ଏହି ପ୍ରସବ କରାଇଥିଲେ। ତାଙ୍କର ଏହି ପଦକ୍ଷେପକୁ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ଭାବେ ପ୍ରତିପାଦିତ କରିବା ପାଇଁ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଏକ ନିଷ୍ପତ୍ତି ନେଇଥିଲେ। ନଭେମ୍ବର ୧୪ରେ ଆମେରିକାରୁ ଫେସବୁକର ଏକ ଦଳ ଆସି ଡାକ୍ତର ବିପିନଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ସକାଳ ୬ଟାରେ ସୁଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟାବେଳକୁ ସୁଟିଂ ଶେଷ ହୋଇଥିଲା। ବିପିନ ରହୁଥିବା ହଷ୍ଟେଲ ସହ ତାଙ୍କ ବିଭାଗରେ ପ୍ରମାଣିକ ଚଳଚ୍ଚିତ୍ରର ସୁଟିଂ କାମ କରାଯାଇଥିଲା। ବିପିନ୍ କହିଛନ୍ତି, ବ୍ୟକ୍ତିଗତ ଭାବେ ମାର୍କ ଜୁକରବର୍ଗ ତାଙ୍କ ସହ ବାର୍ତ୍ତାଳାପ କରିଥିଲେ। ଭାରତୀୟଙ୍କ ଉଦାହରତା ପ୍ରତି ସେ ପୂର୍ବରୁ ଅବଗତ ବୋଲି ମଧ୍ୟ କହିଥିଲେ। ଅକୋଲାରୁ ନାଗପୁର ଯାଉଥିବା ରେଳରେ ହିଁ ବିପିନ୍ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇଥିଲେ। ବିପିନ୍ କହିଛନ୍ତି, ମହିଳାଙ୍କ କଷ୍ଟ ଦେଖି ରେଳଯାତ୍ରୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସାଥୀରେ ଯାତ୍ରା କରୁଥିବା ତାଙ୍କ ସ୍ବାମୀ ମଧ୍ୟ କିଂକର୍ତ୍ତବ୍ୟବିମୂଢ଼ ସ୍ଥିତିରେ ଥିଲେ। ଏଭଳି ପରିସ୍ଥିତିର ସାମ୍ନା କରିବା ପରେ ବିପିନ୍ ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ନିଜର ମେଡିକାଲ୍ ବ୍ୟାଗକୁ ପ୍ରତ୍ୟେକ ଡାକ୍ତର ନିଜ ସାଥୀରେ ନେଇ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବା ଉଚିତ। ୧୭ ମିନିଟର ଏହି ପ୍ରାମାଣିକ ଚଳଚ୍ଚିତ୍ର ପୂରା ବିଶ୍ବବାସୀଙ୍କୁ ଏକ ଉତ୍ତମ ବାର୍ତ୍ତା ଦେବ ବୋଲି ଫେସବୁକ୍ ତରଫରୁ କୁହାଯାଇଛି। ଖୁବ୍ ଶୀଘ୍ର ଏହି ପ୍ରାମାଣିକ ଚଳଚ୍ଚିତ୍ର ଫେସବୁକରେ ଅପଲୋଡ କରିବ। n

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ