କଦଳୀର ସୁଗୁଣ

.

Published On: Dec 02, 2017 01:44 PM IST |   2135

କଦଳୀର ସୁଗୁଣଅନ୍ୟ ରାଷ୍ଟ୍ର ତୁଳନାରେ ଭାରତୀୟମାନେ କାହିଁ କେଉଁକାଳରୁ କଦଳୀ ଫଳ ଜଳଖିଆ ଭାବେ ଖାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଏମାନଙ୍କ ସୁସ୍ଥତାର ପ୍ରମୁଖ ରହସ୍ୟ ହେଉଛି କଦଳୀ ନିୟମିତ ଖାଇବା।  ନିକଟରେ ଏହି ଫଳ ସମ୍ପର୍କିତ କେତୋଟି ରୋଚକ ତଥ୍ୟ ପ୍ରକାଶିତ ହୋଇଛି।l କଦଳୀର ବାସ୍ନା ମଧ୍ୟ ହଜମ ଶକ୍ତି ବଢ଼ାଉଥିବାର ମତ ମିଳିଛି। ପାଚିଲା କଦଳୀ ଡାଇନିଂ ଟେବୁଲ କିମ୍ବା ଜଳଖିଆ ଆଲମାରି ଉପରେ ହିଁ ରଖନ୍ତୁ। ଯଦ୍ଦ୍ବାରା ଏହାର ବାସ୍ନା ଚତୁର୍ଦିଗକୁ ଯାଇପାରିବ ଓ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇପାରିବ। ମାଲେସିଆ ବିଶେଷଜ୍ଞ ଏକ ଚମତ୍କାର ତଥ୍ୟ ପ୍ରକାଶ କରିଥିଲେ। ଗ୍ରାମୀଣ ଲୋକଙ୍କ ବାଡ଼ିବଗିଚାରେ କଦଳୀ ଗଛ ଦେଖିବାକୁ ମିଳେ। ଅନ୍ୟ ବର୍ଗର ଲୋକଙ୍କ ତୁଳନାରେ ଏମାନେ ବେଶ୍ ସୁସ୍ଥ ବୋଲି ପରୀକ୍ଷାରୁ ପ୍ରକାଶିତ।l ପୋଷକତତ୍ତ୍ବରେ ଭରପୂର କଦଳୀକୁ ଖେଳାଳିମାନେ ନିୟମିତ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖୋରାକ୍। ଅଲିମ୍ପିକ୍ ଖେଳାଳି ୟୋହାନ୍ ବାଲକେ ଦିନକୁ ୧୬ଟି କଦଳୀ ଖାଉଥିବାର ପରୀକ୍ଷାରୁ ପ୍ରକାଶିତ।l ଗୋଟିଏ କଦଳୀରେ ୧୦୦ କ୍ୟାଲୋରୀ ଥିବାବେଳେ ୩ ଗ୍ରାମ୍ ଫାଇବର ଥାଏ। ତେଣୁ ନିୟମିତ ଭାବେ କଦଳୀ ଖାଇଲେ ଭୋକ ଶୀଘ୍ର ହୁଏ ନାହିଁ ଓ ଓଜନ ମଧ୍ୟ ଠିକ୍ ରହିଥାଏ।l ହୃଦରୋଗରେ ଆକ୍ରାନ୍ତ ହେବାକୁ ଚାହୁଁନଥିବା ବ୍ୟକ୍ତି ଅନ୍ତତଃ ଦିନକୁ ୨ ଟି କଦଳୀ ଖାଆନ୍ତୁ। ଏଥିରେ ପୋଟାସିୟମର ମାତ୍ରା ୪୨୦ ମିଲିଗ୍ରାମ୍ ଅଛି। ଏପରିକି ନିୟମିତ କଦଳୀ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରୁହେ।  

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ