ପୁଣି ବରଗଡ଼ରେ ଜୀବନ ହାରିଲେ ଚାଷୀ

କ୍ଷତିପୂରଣ ଦାବିରେ ଧାରଣା

Copy Editor RRM | Published On: Dec 01, 2017 05:38 PM IST |   146

ବରଗଡ଼: ପୁଣି ବରଗଡ଼ରେ ଜୀବନ ହାରିଲେ ଚାଷୀ । ଗତ ଦୁଇ ମାସ ମଧ୍ୟରେ ଜିଲାରେ ୭ଜଣ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଏବେ ଏହାର ପୁନରାବୃତ୍ତି ଘଟିଛି । ଫସଲହାନୀକୁ ନେଇ ଭେଡେନ ବ୍ଲକ ତଳମେଣ୍ଡା ପଞ୍ଚାୟତ ଭୀମଟିକା ଗ୍ରାମର ଦେବାନନ୍ଦ ଥପ୍ପା (୪୧) ନାମକ ଜଣେ ଚାଷୀ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି । ସେ ବିଷ ପିଇ ଦେଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତୁରନ୍ତ ଚାଷୀ ଦେବାନନ୍ଦଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ରାଜ୍ୟ ବିଜେପି ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ବିଜେପି ରାଜ୍ୟ ସଂଯୋଜକ ସୁରେଶ୍ୱର ଶତପଥୀ, ଜିଲା ବିଜେପି ଉପସଭାପତି ଅଶୋକ ପଣ୍ଡା, ଅକ୍ରୁର ମଲ୍ଲିକ, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସାଧୁ ଚରଣ ନେପାକ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହନ୍ଦ, ଡିସିସି ସଭାପତି ଅନନ୍ତ ଶୟନ ପାଢ଼ୀ, ଶ୍ରମିକ ନେତା ବ୍ରହ୍ମାନନ୍ଦ ମହାକୁଡ଼ ପ୍ରମୁଖ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଧାରଣାରେ ବସିଥିଲେ । ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ ଜିଲାପାଳ ଏକ ଟିମ୍‌ ପଠାଇଥିବା ଜଣାପଡ଼ିଛି । ବରଗଡ଼ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି ।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।