ବାସି ରୁଟିର ଉପକାରିତା

.

Published On: Nov 30, 2017 12:00 AM IST |   3186

ଅନେକ ବର୍ଗର ଲୋକେ ବାସି ଖାଦ୍ୟ ଖାଇବାକୁ ଉଚିତ୍ ମଣିନଥାନ୍ତି। କାରଣ ସେମାନଙ୍କର ଭୟ ଥାଏ ଯେ, ବାସି ଖାଦ୍ୟ ଖାଇଲେ ତାହା ଶରୀରରେ ବିଷପ୍ରକ୍ରିୟା ଉତ୍ପନ୍ନ କରେ। ହେଲେ ସମସ୍ତ କ୍ଷେତ୍ରରେ ଏହି ମତ ଠିକ ନୁହେଁ। ଯେ କୌଣସି ବ୍ୟଞ୍ଜନ ଫ୍ରିଜରେ ରଖି ୨-୩ଦିନ ପର୍ଯ୍ୟନ୍ତ ଖାଇହେବ। ଏହା ସହ ଫ୍ରିଜରୁ କାଢ଼ି ମାଇକ୍ରୋୱେଭ୍ କରି ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉତ୍ତମ। ରୁଟି, ଖାଦ୍ୟର ଲୋକପ୍ରିୟତା ଭାରତରେ ସର୍ବାଧିକ। ଉତ୍ତର-ଭାରତ ଓ ପୂର୍ବ ଭାରତରେ ରୁଟି ରାତ୍ରିଭୋଜନରେ ସଂଖ୍ୟାଧିକ ପରିବାର ଖାଉଥିବାର ଦେଖାଯାଏ। ରୁଟିରେ ପ୍ରଚୁର ପରିମାଣରେ ଫାଇବର୍ ଓ ପ୍ରୋଟିନ୍ ଥାଏ। ଗୋଟିଏ ମଧ୍ୟମ ଆକାରର ରୁଟିରେ ୭୧ କ୍ୟାଲୋରୀ, ୩ ଗ୍ରାମ୍ ପ୍ରୋଟିନ୍, ୦.୩ ଗ୍ରାମ୍ ଫ୍ୟାଟ୍, ୧୫ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଥିବାର ଜଣାପଡ଼ିଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ସଜ ରୁଟି ତୁଳନାରେ ବାସି ରୁଟିରେ ଅଧିକ ପୋଷକତତ୍ତ୍ବ ରହିଥାଏ। ଖାଦ୍ୟ ବିଶେଷଜ୍ଞ ପ୍ରତିମା ସିଂଙ୍କ କହିବାନୁସାରେ, ରୁଟିକୁ କେବେହେଲେ ଫ୍ରିଜରେ ରଖିଖାଆନ୍ତୁ ନାହିଁ। ଏହା ପେଟରୋଗ ଆରମ୍ଭ କରେ। ଆବଶ୍ୟକ ପଡ଼ିଲେ ମାଇକ୍ରୋୱେଭ୍ କରି ଖାଇପାରିବେ। ନିୟମିତ ଭାବେ ଜଳଖିଆ କିମ୍ବା ଅନ୍ୟ ସମୟରେ ବାସି ରୁଟି-ତରକାରି ଖାଇବା ସ୍ବାସ୍ଥ୍ୟ ଉପରେ ଭଲପ୍ରଭାବ ପକାଇଥାଏ। ୧,୫୦୦ ଲୋକଙ୍କୁ ଗବେଷଣାରେ ସାମିଲ କରିବା ପରେ ଏହି ତଥ୍ୟ ପ୍ରକାଶ କରାଯାଇଛି।
ବାସି ରୁଟି ଖାଇଲେ ହଜମ ଶକ୍ତି ବଢ଼ିବା ସହ ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ। ପ୍ରତ୍ୟହ ବାସିରୁଟି ଖାଇଲେ ମଧୁମେହ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍।
ସକାଳୁ ୨ପଟ ଅବା ୩ ପଟ ବାସିରୁଟି ଖାଇଲେ, ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ। ଅଧିକାଂଶ ଲୋକ ସମାନ ମତ ପ୍ରକାଶ କରିଛନ୍ତି।
ପେଟ ସମସ୍ୟା ନ ହେବା ସହ ବାସି ରୁଟି ଖାଇଲେ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବରେ ହୋଇଥାଏ।
ଅମ୍ଳ ରୋଗୀଙ୍କ ନିମନ୍ତେ ସକାଳବେଳା ଖିର ୧ ଗିଲାସ ଓ ୨ ପଟ ବାସି ରୁଟି କୌଣସି ମହୌଷଧିଠାରୁ କମ୍ ନୁହେଁ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ