ଡିପ୍ଲୋମା ଛାତ୍ର ନାମରେ ଭଡା ରହି କରୁଥିଲେ ଡକାୟତି,୭ ଡକାୟତ ଗିରଫ

.

Published On: Nov 27, 2017 10:24 PM IST | Updated On: Nov 27, 2017 10:25 PM IST |   1350

ରାୟଗଡା:   ଡିପ୍ଲୋମା ଛାତ୍ର ନାମରେ ଭଡା ରହି ସ୍ଥାନୀୟ ଅଞ୍ଚଳରେ ଡକାୟତି। ଏପରି ଡକାୟତି କରୁଥିବା ୭ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି ।  ପିଲ୍ଲା ଲୋକେଶ, ବାବୁ ରାଓ, ରମେଶ, ସନ୍ତୋଷ, ଗୋପାଳ ଖୋରା,କିଶୋର ଓ ନରେନ୍ଦ୍ର ନାମକ ଡକାୟତମାନଙ୍କୁ ପୁଲିସ ଗିରଫ କରିଥିବା ବେଳେ ୪ ଜଣ ଡକାୟତ ଫେରାର ହୋଇ ଯିବାରେ ସଫଳ ହୋଇଛନ୍ତି ।

ସୂଚନା ଯୋଗ୍ୟ ଗତ ୧୬ ତାରିଖ ରାତିରେ ଏମାନେ ବିଭିନ୍ନ ମାରଣାସ୍ତ୍ର ସହ କେ ସିଙ୍ଗିପୁର ଥାନା ଅଧିନରେ ଥିବା  କୁସୁମଘାଟିରେ ଜଣଙ୍କ ଘରକୁ ଘେରି ଯିବା ସହ ଖଣ୍ଡା ଦେଖାଇ ପରିବାରର ମହିଳା ଓ ପୁରୁଷଙ୍କୁ ମାରିବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ୧୦ ଭରି ସୁନା ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏମାନେ ଡିପ୍ଲୋମା ଛାତ୍ର ଭାବେ ରାଣୀଗୁଡାରେ ଏକ ଘର ଭଡା କରି ରହୁଥିଲେ। ମଟର ସାଇକେଲରେ ଯାଇ ସେମାନେ ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ। ପୁଲିସ ଏମାନଙ୍କ ଠାରୁ ଅନେକ ଡକାୟତି ସାମଗ୍ରୀ ଜବତ କରିଛି। ଏମାନେ ଲୁଟି ଥିବା କିଛି ସୁନାକୁ ଏକ ଫାଇନାନ୍ସ କମ୍ପାନୀରେ ଜମା ରଖି ଟଙ୍କା ନେଇଥିବା ଜଣା ପଡିଛି। ପୁଲିସ ଏମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।