କୁହାଳିଆ ଙ୍କ ସଂସାର

ନେତା ଓ ବକ୍ତାଙ୍କ ବାକ୍ୟବାହୁଲ୍ୟରେ ନଭୁଲି ଉଚିତ ନିଷ୍ପତ୍ତି ନେବା ବିଧେୟ

Published On: Nov 27, 2017 02:55 PM IST |   264

ସାମ୍ପ୍ରତିକ ସମାଜରେ ସଭାସମିତି, ବିତର୍କ, ଗଣମାଧ୍ୟମ ଆଗରେ ବିବୃତି ଦେବାବେଳେ ଏକ କୁହାଳିଆ ଗୋଷ୍ଠୀଙ୍କ ପ୍ରଭାବ ବେଶ୍‌ ବାରି ହୋଇଯାଉଛି। ବନେଇଚୁନେଇ କହିପାରୁଥିବାରୁ ନିରୀହ-ଅଜ୍ଞ ଜନତା ଭଣ୍ଡିଯିବାର ଆଶଙ୍କା ବୃଦ୍ଧି ପାଇଛି। ଚାଟୁବାକ୍ୟ କହିବାର କଳା ସେମାନଙ୍କୁ ବେଶ୍‌ ଜଣା। ​‌େ‌ଥାକେ ସେମାନଙ୍କ ମଧ୍ୟରୁ ଆଗତକୁହା ଓ ଆଗତଚଲା। ସେମାନଙ୍କୁ ବାଗ୍ମୀ କୁହାଯାଇପାରିବ ନାହିଁ; କାରଣ ଭୁଲେଇବା ଓ ଭଣ୍ଡାଇବା ଏବଂ ସ୍ବାର୍ଥ ହାସଲ କରିବା ସେମାନଙ୍କ ବେଉସା। ସାମ୍ପ୍ରତିକ ସମାଜ ସେହିପରି ସାଧାରଣ ଲୋକମାନଙ୍କୁ ଅନ୍ଧାରଘର ଆଡ଼କୁ ଅଡ଼େଇ ନେଇ ପାରୁଥିବା ଏକ ପ୍ରଭାବଶାଳୀ କୁହଳିଆ ଗୋଷ୍ଠୀ ସୃଷ୍ଟି କରିବାରେ ସଫଳ ହୋଇଥିବାର ଦେଖାଯାଏ। ରାଜନୈତିକ ଦଳଗୁଡ଼ିକ, ଲୁହାର ତାତି ଦେଖି ପାଣି ଢାଳିବାରେ ଧୁରନ୍ଧର ବ୍ୟକ୍ତିବିଶେଷଙ୍କୁ ବାଛିବାଛି ମୁଖପାତ୍ର ବା ପ୍ରବକ୍ତା କରିଥାନ୍ତି। କାରଣ, ସେମାନେ ନିଜଦଳକୁ ପାଳ ପକାଇ ଉଚ୍ଚ କରି ଦେଖାନ୍ତି। ନିଜ ଦଳ ପାଇଁ କାମ କରୁଥିବାରୁ ସେମାନେ କେବେ ନିର​‌େ​‌ପକ୍ଷ ନୁହନ୍ତି। ଦଳପ୍ରତି ଆକ୍ଷେପ ହେଲେ ସେମାନେ ତୁରନ୍ତ ସଫେଇ ଦେଇ ନିଜ ଦଳକୁ ଗୋଟାପ​‌େ​‌ଣ ଖାଣ୍ଟି ଗୁଆଘିଅ ବତାନ୍ତି। କହୁକହୁ ଖାପଛଡ଼, ରୁଚିହୀନ ବିବୃତି ଦେଇ ମାନହାନି ମକଦ୍ଦମାର ସମ୍ମୁଖୀନ ହୁଅନ୍ତି। ଦୁଃଖ ପ୍ରକାଶ କରି ଅଳ୍ପକେ ଖସିଯାଆନ୍ତି। ‘କୁହାଳିଆ ଗୋଷ୍ଠୀ ଅନ୍ତର୍ଭୁକ୍ତ ପ୍ରବକ୍ତାଜଣକ ନିଜ ଦଳୀୟ ସ୍ବାର୍ଥରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଥିବାରୁ ନିଦା ସତ୍ୟକୁ ବି ଭୁରୁଡ଼ି ମାରନ୍ତି। ଟିଭି ଚାନେଲଗୁଡ଼ିକରେ ବିତର୍କ ଦୃଶ୍ୟ ଏକ ପ୍ରହସନ ଭଳି ମନେହୁଏ। ବିତର୍କ ଚାଲିଥିବାବେଳେ ଜଣେ ଉପରକୁ ଚଢ଼ି ଭିଡ଼ିଆସିବା ଦେଖାଯାଏ। ଧାର୍ମିକ ଆଲୋଚନାରେ ତ ବିଧାଚଟକଣା ମରାମରି ଦୃଶ୍ୟ ପ୍ରସାରିତ ହେବାର ଦେଖାଯାଏ। ଶୁଣିବାକୁ ଧୈର୍ଯ୍ୟହରା ବ୍ୟକ୍ତି, ଆଗତକୁହା ଓ ଆଗଚଲା ବ୍ୟକ୍ତି, ସୁସ୍ଥ ସମାଜରେ ସୁଧୀମେଳରେ ବସିବାକୁ ଅଭାଜନ ଅଟନ୍ତି। ଯୁକ୍ତିର ମୂଳଦୁଆ ଦୃଢ଼ ନଥିଲେ, ଉଡ଼ା ଖବର ଉପରେ ଆଶ୍ରୟ କରି ଟିପ୍ପଣୀ (ବିବୃତି) ଦେଲେ ‘କଥା ଛୁଟିଲେ ଅଣବୁବୁଆ’ ପରି ହୁଏ। ବଶମ୍ବଦ ପ୍ରବକ୍ତାଗଣ, ବୃଥା-ବିବୃତି ଦେଇ ବିବାଦଜାଲରେ ଛନ୍ଦିହେବା ସ୍ପୃହଣୀୟ ନୁହେଁ। ବାକ୍‌ ସ୍ବାଧୀନତାର ଅର୍ଥ ନୁହେଁ, ପାଟିରେ ଯାହା ପଶିଲା କହୁକହୁ କହିଯିବ। ହାସ୍ୟାସ୍ପଦ ଟିପ୍ପଣୀକାରଙ୍କ ପାଇଁ ଆମ ଭାଷାରେ ‘ଗାଲୁଆଙ୍କ ବାରବାଟି ଚାଷ’ ରହିଛି। ବକ୍ତବ୍ୟରେ ସଫେଇ ଦେବାବେଳେ ଆଉ ଗୋଟାଏ ଭୁଲ୍‌ ଯେପରି ନହୁଏ, ସେଥିପ୍ରତି ସତର୍କ ଓ ଜାଗ୍ରତ ରହିବା ଉଚିତ।
ଏବେ ଭ୍ରଷ୍ଟାଚାର ଶବ୍ଦଟି ବହୁଳ ଆଲୋଚିତ। ସମାଜର ଏପରି ଏକ ସ୍ତର (ପ୍ରଶାସନ) ନାହିଁ, ଯେଉଁଠାରେ ଅର୍ଥ ହେରଫେର୍‌, ଦ୍ରବ୍ୟ ବାଟମାରଣା, ଘୁଷଖୋରି, ଅପମିଶ୍ରଣ, ପଦୋନ୍ନତି, ଜମି-ଘର ବଣ୍ଟନରେ ପକ୍ଷପାତିତା ହେଉନାହିଁ। ଭିଜିଲାନ୍ସ ଚଢ଼ଉ କଥା ମଧ୍ୟ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି। ଆମେ ଯେତିକିଯେତିକି ପରିମାଣରେ ଗଣତନ୍ତ୍ରର ମୁକ୍ତ ନାଗରିକ ବୋଲି ନିଜକୁ ନିଜର ଜବରଦସ୍ତ ଅଧିକାର ଦାବି କରୁଛୁ, ତତୋଽଧିକ ପରିମାଣରେ ବିିଭିନ୍ନ ଦାବିକୁ ନେଇ, ରାଲି, ଘେରାଉ, ବନ୍ଦ, ବେକଯାଏ ପାଣିରେ ପଶି, ମାଟିରେ ପୋତିହୋଇ, କିରାସିନି ଢ଼ାଳିହୋଇ, କାହାର କୁଶପୁତ୍ତଳିକା ଜାଳି, ନିଜର ଉତ୍ତାଳିଆଭାବ ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ଉତ୍ତେଜିତ ଭାଷଣ ଦେଇ ଲୋକଙ୍କୁ ମତାଇ ଓ ତତାଇ ପାରିବା ବ୍ୟକ୍ତିକୁ ଡାକିଆଣି ନେତା କରାଯାଏ। ଏଣୁ ଆଜିକାଲି ସମାଜରେ ନିୟମିତ ଭାଷଣ ଅଭ୍ୟାସ କରୁଥିବା ଗୋଟିଏ କୁହାଳିଆ ଗୋଷ୍ଠୀ ସୃଷ୍ଟି ହେଲାଣି। ସେମାନେ ଭରପୂର ସଭାରେ ଲୋକଙ୍କର ମର୍ଜି ଓ ମିଜାସକୁ ଚାହିଁ ନିଜର ବାକ୍‌ପଟୁତା ଦ୍ବାରା ସେଇ ଆଡ଼କୁ ଠେଲି ନିଅନ୍ତି। ‌େ​‌ଯଉଁମାନେ ନିରପେକ୍ଷ ନୁହନ୍ତି, ବାକ୍ୟ ଓ ଶବ୍ଦ ଉଚ୍ଚାରଣରେ ଶାଳୀନତା ରକ୍ଷା କରିବାକୁ ଅସମର୍ଥ ଏବଂ ପ୍ରଶ୍ନ କରୁଥିବା ବ୍ୟକ୍ତିଟିର ଶେଷ ଶବ୍ଦଟି ଶୁଣିବା ପର୍ଯ୍ୟନ୍ତ ଯାହାଙ୍କର ଧୈର୍ଯ୍ୟ ନାହିଁ, ସବୁବେଳେ ତୁମ୍ବିତୋଫାନ ଜାରି ରଖିବାରେ ଧୁରୀଣ, ସେମାନେ କେବଳ କୁହାଳିଆ ବ୍ୟକ୍ତି ହୋଇ ରହିଯାଆନ୍ତି। ସେମାନେ କାହାରି ହିତସାଧକ ନୁହନ୍ତି। କେବଳ ନିଜର, ନିଜ ଦଳର, ବନ୍ଧୁବିରାଦରଙ୍କ ପକ୍ଷଭୁକ୍ତ ଅଟନ୍ତି। ଏଣୁ ସେଇମାନଙ୍କ ପ୍ରତି ଯଥାର୍ଥରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ପ୍ରତ୍ୟୁତ୍ତର ଦେବାବେଳେ ୪ଟି କଥା ମନେ ରଖିବା ଉଚିତ୍‌। ୧. ବିନୟପୂର୍ବକ ଶୁଣିବା; ୨. ବିଜ୍ଞତାର ସହ ଉତ୍ତର ରଖିବା; ୩. ଶାନ୍ତଚିତ୍ତରେ ବିଚାର କରିବା ଓ ୪. ନିରପେକ୍ଷ ନିଷ୍ପତ୍ତି ନେବା। ମାତ୍ର ଯିଏ କେବଳ ନିଜ ଓ ନିଜ ଦଳ କଥା କହିବାକୁ ନିଯୁକ୍ତ ତାହାଠାରେ ନିଷ୍ପକ୍ଷତା ଖୋଜିବା ନିରର୍ଥକ। ଦେଶର ବିଜ୍ଞ ନାଗରିକ, ବୁଦ୍ଧିଜୀବୀ, ନେତା ଓ ବକ୍ତାଙ୍କ ଚମତ୍କାର ବାକ୍ୟବାହୁଲ୍ୟରେ ନ ଭୁଲି ଯୁକ୍ତିଯୁକ୍ତ ଓ ନ୍ୟାୟୋଚିତ ନିଷ୍ପତ୍ତି ନେବା ବିଧେୟ।

ଲାବଣ୍ୟଚନ୍ଦ୍ର ସାହୁ
ଶ୍ରାବସ୍ତୀ, ୩୫-ବସନ୍ତବିହାର, ଭୁବନେଶ୍ବର-୧୮

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ