ଅସୁସ୍ଥ ଭଉଣୀକୁ କାଖ କରି ମେଡିକାଲରେ ପହଞ୍ଚାଇଲା ଭାଇ

.

Published On: Nov 26, 2017 04:23 PM IST |   653

କଲ୍ୟାଣସିଂହପୁର:ଆମ୍ବୁଲାନ୍ସ ସେବା ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଡାକିଲେ ଆସିବ ନାହିଁ ବୋଲି ସନ୍ଦେହ କରି ଜଣେ ଯୁବକ ନିଜର ଅସୁସ୍ଥ ଭଉଣୀକୁ କାଖ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡରେ ବସବାସ କରୁଥିବା ଗାଁ ଫାକେରିର। ସେଙ୍ଗ ପାଲକା (୨୩) ଫସଲ ଅମଳ ନିମନ୍ତେ ନିକଟସ୍ଥ ପାହାଡକୁ ଯାଇଥିଲା। ସେଠାରେ ସେ ଅସୁସ୍ଥ ହୋଇ ପଡିଥିଲା। ଯେତିକି ବିଳମ୍ବ ହେଉଥିଲା ସେତିକି ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିଲା ଫଳରେ କିଛି ଉପାୟ ନ ପାଇ ଭାଇ ବାମ ଶିକକା ଭଉଣୀକୁ କାଖ କରି ପ୍ରାୟ ୫କିମି ପାର୍ସାଲିକୁ ଆଣିଥିଲେ। ସେଠାରୁ ଏକ ଅଟୋ ସାହାଯ୍ୟରେ କଲ୍ୟାଣୀ ନଦୀ ଘାଟ ପର୍ଯ୍ୟନ୍ତ ପ୍ରାୟ ୧୦କିମି ଦୂର ପର୍ଯ୍ୟନ୍ତ ଆସିଥିଲେ। ପୂର୍ବରୁ ଅନେକବାର ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିବାରୁ ସେମାନେ ୧୦୮ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ନ ଥିବା ଜଣାଇଛନ୍ତି।

ଏଠାରେ ପ୍ରକାଶଥାଉକି ଉକ୍ତ ଅଞ୍ଚଳ ନିମନ୍ତେ ଜିଲାପାଳ ପୁନମଗୁହା ତାପସ କୁମାର ଗୋଟିଏ ବାଇକ୍‌ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସକୁ ଯୋଗଯୋଗ କରିବା ପାଇଁ ଲୋକଙ୍କ ମଧ୍ୟରେ କୌଣସି ସଚେତନତା କରାଯାଇନାହିଁ କି ଯୋଗାଯୋଗ ନମ୍ବର ଜାଣି ନ ଥିବା ସେମାନେ କହିଛନ୍ତି। ଫଳରେ ନଦୀ ଠାରୁ ପୁଣି କାଖରେ ଧରି କଳ୍ୟାଣି ନଦୀ ପାରି ହୋଇ ପ୍ରାୟ ଏକ କିମି ବାଟ ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ସୌମ୍ୟରଞ୍ଜନ ଜେନା ଚିକିତ୍ସା କରୁଥିବା ଜଣାଯାଇଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।