୨୮ ପରେ ଶୀତ

ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୩ଡ଼ିଗ୍ରୀ ସେଲସିୟସ

Copy Editor AH | Published On: Nov 24, 2017 06:29 AM IST | Updated On: Nov 24, 2017 06:31 AM IST |   715

ଭୁବନେଶ୍ୱର : ଲଘୁଚାପ ବର୍ଷା ଛାଡ଼ିଯିବା ପରେ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ବୋଲି ଆକଳନ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ ବିଶେଷ ଶୀତ ଅନୁଭୂତ ହେଉନାହିଁ। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୬ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀ ବା ତା’ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ସବୁଠାରୁ କମ୍‌ ୧୩ଡ଼ିଗ୍ରୀ ସେଲସିୟସ ଥିବାବେଳେ ବାରିପଦା, ହୀରାକୁଦରେ ୧୩ରୁ ୧୪, କେନ୍ଦୁଝର ଓ ଫୁଲବାଣୀରେ ୧୪ରୁ ୧୫ ଓ ସୁନ୍ଦରଗଡ଼ରେ ୧୫ଡ଼ିଗ୍ରୀ ସେଲସିୟସ ରହିଛି। ରାଜ୍ୟକୁ ଉତ୍ତରା ପବନ ପ୍ରବାହ ବାଧାପ୍ରାପ୍ତ ହେଉଥିବାରୁ ଶୀତ ଆସିବାରେ ବିଳମ୍ବ ହେଉଛି। ତେବେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ପ୍ରକୋପ ଜାରି ରହିବା ସହିତ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।