୨୭ରୁ ଦିଆଯିବ ଜାପାନୀ ଟିକା

ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲା ; ୧ ରୁ ୧୫ ବର୍ଷର ପିଲାଙ୍କୁ ଟିକା

Copy Editor AH | Published On: Nov 20, 2017 02:08 AM IST | Updated On: Nov 20, 2017 02:45 AM IST |   1132

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଦିଆଯିବ ଜାପାନୀ ଏନ୍‌ସେଫାଲାଇଟିସ୍‌ ପ୍ରତିଷେଧକ ଟିକା। ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲାରେ ୧ ବର୍ଷରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଜିଲାରେ ଟିକା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ। ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ପଞ୍ଚାୟତିରାଜ ସଚିବ ତଥା କମିଶନର ଦେଓରଞ୍ଜନ କୁମାର ସିଂହ ୧୩ ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, କଟକ, ଢ଼େଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ପୁରୀ, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼ ଆଦି ଜିଲାରେ ଟିକାକରଣ ଆରମ୍ଭ ହେବ । ୧ ବର୍ଷରୁ ୧୫ ବର୍ଷ ବୟସର ୭୧.୮ ଲକ୍ଷ ପିଲାମାନଙ୍କୁ ଏଥିରେ ସାମିଲ କରାଯିବ । ଏହି ଟିକାକରଣ କାର୍ଯ୍ୟକ୍ରମ ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏହା ସହ ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ମଧ୍ୟ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନେ ମିଳିତ ଭାବରେ କାର୍ଯ୍ୟ କରିବେ। ଜିଲା ପଞ୍ଚାୟତିରାଜ ଅଧିକାରୀ ଓ ଲୋକ ପ୍ରତିନିଧିମାନଙ୍କର ସହଯୋଗରେ ଏହାକୁ ଅଧିକ ସକ୍ରିୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ମିଳିଛି ।
Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।